ଭାରତ

 ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ପାଇପ ଯୋଗେ ଦିଆଯାଉଛି ଅକ୍ସିଜେନ୍

(ଉତ୍ତରାଖଣ୍ତ) : ଉତ୍ତରାଖଣ୍ତ ଉତ୍ତରକାଶିର ସିଲ୍କାଇରା ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ । ତେବେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଜଣେ ଅଧିକାରୀ କହିଛନ୍ତି ଯେ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି, ସେମାନଙ୍କ ସହ ଯୋଗାଯୋଗ କରାଯାଇଛି। ଟନେଲରେ ପାପଲାଇନ ମାଧ୍ୟମରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ପାଣି ପାଇଁ ଟନେଲରେ ଭର୍ତ୍ତି ହୋଇଥିବା ପାଇପ୍ ମାଧ୍ୟମରେ ଅମ୍ଳଜାନ ପଠାଯାଉଥିବା ନେଇ ସୂଚନା ମିଳିଛି ।

ସୂଚନାନୁଯାୟୀ ,  ଏହି ପାଇପ୍ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ମଧ୍ୟ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ପଠାଯାଉଛି। ଏହି ସମୟରେ, ଭାରୀ ଖନନକାରୀ ଯନ୍ତ୍ର ବ୍ୟବହାର କରି ଆବର୍ଜନା ବାହାର କରିବା କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି । ପାଖାରାଖି 40 ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି । ରବିବାର ସକାଳେ ସିଲ୍କିରା ଏବଂ ଡାଣ୍ଡାଲଗାଓଁ ମଧ୍ୟରେ ଥିବା ଟନେଲର ଏକ ନିର୍ମାଣାଧୀନ ଅଂଶ ଭୁଶୁଡି ପଡିଥିଲା । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ NDRF ଏବଂ SDRF ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Related posts

ଜୋ ବାଇଡେନଙ୍କୁ କରୋନା

mahabharatanews

ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା : ସଂସଦରେ କେନ୍ଦ୍ର ସରକାରଙ୍କ ଜବାବ

mahabharatanews

ଶପଥ ଗ୍ରହଣ ଉତ୍ସବରୁ ପଳାଇଲେ ହର୍ଷବର୍ଦ୍ଧନ

mahabharatanews