ଓଡିଶା

ନକଲି ଡାକ୍ତରର ଠକେଇ କାହାଣୀ

(ଭୁବନେଶ୍ୱର) : ଓଟିଟି ପ୍ଲାଟଫର୍ମରେ ପରିବେଷିତ ହେବ ନକଲି ଡାକ୍ତର ରମେଶ ସ୍ୱାଇଁର ଠକେଇ କାହାଣୀ । ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ଓ ଠକେଇର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ‘ୱେବ୍‌ ସିରିଜ୍‌’ । ମୁମ୍ବାଇର ଏକ ପ୍ରଡକ୍ସନ ସଂସ୍ଥା ଏହି ସମ୍ପର୍କୀତ ୱେବ୍‌ ସିରିଜ ବନାଇବାକୁ କମିଶନରେଟ ପୁଲିସ୍‌ ସହ ଯୋଗାଯୋଗ କରିଛନ୍ତି ।

ସୂଚନାନୁଯାୟୀ , ଏହାବାଦ୍‌ ସୋନି ଟିଭିର ‘କ୍ରାଇମ୍‌ ପାଟ୍ରୋଲ’ରେ ଡାକ୍ତରର କାହାଣୀ ପରିବେଷଣ ପାଇଁ ଯୋଜନା ଚାଲିଥିବା ସୂଚନା ମିଳିଛି । ମୁମ୍ବାଇରୁ ସଂସ୍ଥାର ଏକ ୨ ଜଣିଆ ଟିମ୍‌ ଆଜି ଡିସିପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ଉଭୟେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା ଧରି ଆଲୋଚନା କରିଥିଲେ । ପ୍ରଡକ୍ସନ ହାଉସ୍‌ ପକ୍ଷରୁ ହାଇଦ୍ରାବାଦ୍‌ ପୁଲିସ ସହ ଯୋଗାଯୋଗ ଚାଲିଛି ।

Related posts

ଆଜିଠୁ ଆରମ୍ଭ ବଜେଟ୍ ଅଧିବେଶନ 

mahabharatanews

ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ

mahabharatanews

ହିଞ୍ଜିଳି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି

mahabharatanews