ଭାରତ

ଜୁନରେ ଦେଶରେ କୋଭିଡ୍-୧୯ର ଚତୁର୍ଥ ଲହର ଆରମ୍ଭ !

ନୂଆଦିଲ୍ଲୀ: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ କମିଛି । ଏବେ କରୋନାର ତୃତୀୟ ଲହର ରହିଛି ।ଏହାରିମଧ୍ୟରେ ଆଇଆଇଟି କାନପୁରର ଗବେଷକମାନଙ୍କ ଏକ ଅଧ୍ୟୟନ ଅନୁସାରେ ଜୁନ୍ ୨୨ ତାରିଖ ଆଡ଼କୁ ‌ଭାରତରେ କୋଭିଡ୍-୧୯ର ଚତୁର୍ଥ ଲହର ଆରମ୍ଭ ହୋଇପାରେ ବୋଲି ଆକଳନ କରିଛନ୍ତି । ସେହିପରି ଅଗଷ୍ଟ ତୃତୀୟ ବା ଚତୁର୍ଥ ସପ୍ତାହ ଭିତରେ ଶିଖର ଛୁଇଁପାରେ। ଏପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କ ଦ୍ୱାରା ସମୀକ୍ଷା ହୋଇ ନ ଥିବା ଏହି ଅଧ୍ୟୟନରେ ଏକ ପାରିସଂଖ୍ୟିକ ମଡେଲର ବ୍ୟବହାର କରାଯାଇଛି, ଯେଉଁଥିରୁ ସମ୍ଭାବ୍ୟ ନୂଆ ଲହର ପ୍ରାୟ ଚାରି ମାସ ଯାଏ ରହିପାରେ ବୋଲି ଜଣାପଡ଼ିଛି।ଏଥିରୁ ଜଣାପଡ଼ିଛି ଯେ, ନୂଆ ଲହରର ତୀବ୍ରତା ସମ୍ଭାବ୍ୟ ନୂଆ ଭାରିଆଣ୍ଟର ଉଦ୍ଭବ ଓ ଦେଶରେ ଟିକାକରଣର ସ୍ଥିତି ଉପରେ ନିର୍ଭର କରେ।

Related posts

ରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

mahabharatanews

ସିଡିରୁ ଖସି ଲାଲୁ ଯାଦବ ଗୁରୁତର

mahabharatanews

ଗାନ୍ଧି ପରିବାରରେ ବାଜିବ ବିବାହ ଶାହାନାଇ

mahabharatanews