ଭାରତ

ଅପରେସନ୍ ଗଙ୍ଗାରେ ସାମିଲ ହେବ ବାୟୁସେନା, ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ଭାରତୀୟଙ୍କୁ ୟୁକ୍ରେନରୁ ଫେରାଇ ଆଣିବାକୁ ଆଗେଇ ଚାଲିଛି ଅପରେସନ ଗଙ୍ଗା । ଏହି ଅପରେସନ ଗଙ୍ଗାରେ ସାମିଲ ହେବାକୁ ମଙ୍ଗଳବାର ଦିନ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାରଣ ବାୟୁସେନା ଏହି ଅପରେସନରେ ସାମିଲ ହେଲେ ଉଦ୍ଧାର କାର୍ଯ୍ୟ ତ୍ୱରନ୍ୱିତ୍ତ ହେବ । ଏଥିସହ ପଠାଯାଇଥିବା ରିଲିଫ ସାମଗ୍ରୀ ମଧ୍ୟ ଶିଘ୍ର ପହଞ୍ଚିଯିବ । ଭାରତୀୟ ବାୟୁସେନାର ସି -୧୭ ବିମାନ ଆଜି ଅପରେସନ୍ ଗଙ୍ଗା ମିଶନ ଅଧୀନରେ ଉଡ଼ାଣ ଆରମ୍ଭ କରିବ। ମିଳିଥିବା ସୂଚନା ମୁତାବକ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ ୬ଟି ବିମାନ ଭାରତୀୟଙ୍କୁ ଆଣିଥିବାବେଳେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଯେଉଁ ଭାରତୀୟମାନେ କିଭ ସହରରେ ଅଛନ୍ତି ତୁରନ୍ତ ସହର ଛାଡି ଚାଲିଯାଆନ୍ତୁ । ସେପଟେ ଫଶି ରହିଥିବା ଭାରତୀୟ ମଧ୍ୟ ଶିଘ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାରକାରଙ୍କୁ ଅନୁରୋଧ କରିଛନ୍ତି ।

Related posts

ଅସଦାଚରଣ କରି ଗିରଫ ହେଲେ ବିମାନ ଯାତ୍ରୀ 

mahabharatanews

୩ଟି ଚଳନ୍ତା କାର୍‌ ଉପରେ ପଡ଼ିଲା ବଡ଼ ପଥର; ୨ ମୃତ, ୩ ଆହତ

mahabharatanews

ମୁଖ୍ୟମନ୍ତ୍ରୀ ହେବା ପାଇଁ ଆବଶ୍ୟକ ୫୦୦ କୋଟି : ନବଜୋତ କୌର ସିଦ୍ଧୁ

mahabharatanews