କଟକ: କଟକ ଜିଲ୍ଲା ନେମାଳ ଥାନା ସେରପୁର ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଆକାଶୀ ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ସ୍ଥଳେ ପୋଲିସର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ଦୀର୍ଘ ୪/୫ ବର୍ଷ ହେବ ଏହି ଅଂଚଳରେ କାମଧନ୍ଦା କରି ଚଳୁଥିବା ଗାଁ ଲୋକ ସୂଚନା ଦେଇଛନ୍ତି । ଯୁବକଙ୍କ ଘର କିଏ କିଏ ବାଲେଶ୍ଵର କହୁଥିବା ବେଳେ ଆଉ କିଏ କହୁଛି ବ୍ରହ୍ମପୁର ବୋଲି କହୁଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ସେରପୁର ଗାଁ ର କରୁଣାକର ସ୍ବାଇଁ ଙ୍କ ବାଡ଼ିରେ ଥିବା ଆକାଶୀ ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର କରିଥିଲା ନେମାଳ ପୋଲିସ। ଶବକୁ ଜବତ କରି ଆଜି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ କଟକ ପଠାଇଛି ନେମାଳ ପୋଲିସ। ପୋଲିସ ର ତଦନ୍ତ ପରେ ମୃତକଙ୍କ ପରିଚୟ ଏବଂ ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହେବ ।
previous post
