Uncategorized

ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଟାଣ ଖରା

ଭୁବନେଶ୍ୱର– ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଟାଣ ଖରା ହେଲେ ବି ତାପମାତ୍ରା ସ୍ଥିର ରହିବ । ବିଶେଷ କରି ଗରମ କି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିିଥିଲା । ଅନଗୁଳଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଫୁଲବାଣୀ ଏବେ ବି ରାଜ୍ୟର ଥଣ୍ଡା ସହର ଭାବେ ରେକର୍ଡ କାଏମ୍ ରହିଛି । ଗତ ୨୪ ଘଣ୍ଟାରେ ଉପକୂଳ ଓଡିଶାର କିଛି ସ୍ଥାନରେ ଯଥା ଭଦ୍ରକ , କଟକ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ସାମାନ୍ୟ ଧରଣର କୁହୁଡି ଦେଖିବାକୁ ମିଳିଥିଲା । ଦିନରେ ଆକାଶ ନିର୍ମଳ ଯୋଗୁଁ ଖରା ଟାଣ ହେବ ।୩୬ଡିଗ୍ରୀ ଓସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ମଧ୍ୟରେ ରହିବ ବୋଲି କେନ୍ଦ୍ର କହିଛି ।

Related posts

ଭିଜିଲାନ୍ସ ଜାଲ୍‌ରେ ଆଉ ଜଣେ ସରକାରୀ ବାବୁ

mahabharatanews

ବେଡରୁମରେ ଏହି ସବୁ ଜିନିଷ ଥିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ

mahabharatanews

୨, ୬୧. ୭୬, ୧୪୦ରେ ପହଞ୍ଚିଛି ବିଶ୍ୱ କରୋନା ସଂକ୍ରମଣ 

mahabharatanews