Uncategorized

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ ରେଡ୍ କରିଛି ସିବିଆଇ

ନୂଆଦିଲ୍ଲୀ: ସିବିଆଇ ଆଜି ରେଡ୍ କରିଛି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ । ଆପ୍ ନେତା ନିଜେ ସିସୋଦିଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଆଜି ପୁଣି ରେ ମୋ ଅଫିସ୍ରେ ରେଡ୍ କରିଛି। ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ସେମାନେ ମୋ ଘର ମଧ୍ୟ ଖାନତଲାସି କରିଛନ୍ତି। ଅଫିସରେ ଛାନଭିନ୍ କରିବା ସହ ମୋ ଲକର ମଧ୍ୟ ସର୍ଚ୍ଚ କରିଛନ୍ତି । ହେଲେ ସେମାନେ ମୋ ବିରୋଧରେ ପ୍ରମାଣ ପାଇ ନାହାନ୍ତି। ମୁଁ କୌଣସି ଭୁଲ କରି ନାହିଁ ବୋଲି ସିସୋଦିଆ କହିଛନ୍ତି। ଦିଲ୍ଲୀରେ ୧୦ ହଜାର କୋଟି ଟଙ୍କାର ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଆଗରୁ ଥରେ ଜେରା କରିଥିଲା। ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି।

Related posts

ବିହାର ବନ୍ୟା: ୨୯ ଲକ୍ଷ ଲୋକ ପ୍ରଭାବିତ

mahabharatanews

ଉତ୍ତର କୋରିଆ ରାଷ୍ଟ୍ରପତି ଅସୁସ୍ଥ

mahabharatanews

ପୁଅର ଜୀବନ ରକ୍ଷା ପାଇଁ ମାଆ,ର ଆକୁଳ ନିବେଦନ

mahabharatanews