ଖେଳଭାରତ

ଦ୍ୱିତୀୟ ଦିନରେ ୧୪ ୱିକେଟ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଦ୍ୱତୀୟ ଟେଷ୍ଟର ଦ୍ୱତୀୟ ଦିନରେ ମଧ୍ୟ ବୋଲର ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ପ୍ରଥମ ଦିନରେ ୧୬ ଓ୍ବିକେଟ୍ ପଡିଥିବା ବେଳେ ଦ୍ୱିତୀୟ ଦିନରେ ୧୪ ୱିକେଟ ହୋଇଛି । ବିଜୟ ପାଇଁ ଶ୍ରୀଲଙ୍କାକୁ ୪୧୯ ରନ୍ ଦରକାର ହେଉଥିବା ବେଳେ ଆଜି ଟାର୍ଗେଟକୁ ଚେଜ୍ କରିବାକୁ ପଡିଆକୁ ଓହ୍ଲାଇବ ଦଳ । ଗତକାଲି ଦ୍ବିତୀୟ ଦିନରେ ଖେଳ ଆରମ୍ଭ କରି ମାତ୍ର ୨୩ ରନ ଯୋଡ଼ିବାକୁ ସକ୍ଷମ ହୋଇ ଥିଲା ଶ୍ରୀଲଙ୍କା ।

୩୧ ବଲରେ ୭ ଚୌକା ଓ ୨ ଛକା ମାରି ୫୦ରନ୍ ସଂଗ୍ରହ କରିଥିଲେ ରିଷଭ । ଅଧିନାୟକ ରୋହିତ ଶର୍ମା ୪୬ରନ୍ କରିଥିବାବେଳେ ବିରାଟ କୋହଲି ମାତ୍ର ୧୩ରନ୍ କରି ପାଭିଲିୟନ ଫେରିଥିଲେ । ପରେ ଦ୍ବିତୀୟ ଇନିଂସରେ ଦମଦାର ପ୍ରଦର୍ଶନ କରି ୬୮.୫ ଓଭରରେ ୯ ଓ୍ବିକେଟ ହରାଇ ୩୦୩ ରନରେ ପାଳି ଘୋଷଣା କରିଥିଲା ଭାରତ । ଦ୍ବିତୀୟ ପାଳିରେ ଶ୍ରେୟସ ଆୟାର ସର୍ବାଧିକ ୬୭ ରନ୍ କରିଥିବାବେଳେ ରିଷବ ପନ୍ତ ଖେଳିଥିଲେ ଧୁଆଁଧାର ଇନିଂସ ।

Related posts

ନୂଆ ରେକର୍ଡ ସୃଷ୍ଟି କଲା ଉତ୍ତରପ୍ରଦେଶ

mahabharatanews

ଆଜିଠୁ ବିଦେଶ ଗସ୍ତରେ ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

mahabharatanews

ଏଷ୍ଟ୍ରାଜେନେକା ବୁଷ୍ଟର ଡୋଜ ହେବ ଓମିକ୍ରନ ଉପରେ ଭାରି

mahabharatanews