ଓଡିଶା

ମାର୍ଚ୍ଚରେ ବାତ୍ୟା !

ଭୁବନେଶ୍ୱର: ଏବେ ରାଜ୍ୟରେ ଅସହାୟ ଗ୍ରାମକୁ ବଢିଚାଲିଛି ତାତି । ଯେଉଁ ମାସରେ ଖରାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡନ୍ତି ,ସେ ମାସରେ ମାଡି ଆସୁଛି ବାତ୍ୟା । ଯାହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି । ଚଳିତ ମାର୍ଚ୍ଚ ମାସରେ ବାତ୍ୟା ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ । ଏହି ଲଘୁଚାପ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଂଶକା ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହା କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ। ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ, ତାହା ଏବେଠାରୁ ଆକଳନ କରିବା ସମ୍ଭବ ହେବ ନାହିଁ । ଜଳବାୟୁ ପରିବର୍ତ୍ତନରେ ଏହି ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତ ଉପକୂଳ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ।

Related posts

ବଡମ୍ବା ବିଧାୟକଙ୍କ ନରସିଂହପୁର ବାସଭବନରେ ସିବିଆଇ ଚଢାଉ

mahabharatanews

ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ଶେଷ ସୁଯୋଗ

mahabharatanews

ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

mahabharatanews