ଅପରାଧଓଡିଶା

ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା

ଗଞ୍ଜାମ: ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଟାଣି ହୋଇ ଯାଉଛି। ଏହି ସମୟରେ ଘଟଣାର ପ୍ରକୃତ ତଦନ୍ତ ଦାବି କରିଛନ୍ତି ମୃତ ଥାନା ଅଧିକାରୀଙ୍କ ପରିବାର ଲୋକେ । ଦେବଙ୍କ ମୃତ୍ୟୁ ନେଇ ମାଆ ଓ ପତ୍ନୀ ମୁହଁ ଖୋଲିବା ପରେ ଘଟଣା ଏକ ଭିନ୍ନ ମୋଡ଼ ନେଇଛି ।

ସୂଚନା ଅନୁଯାୟୀ, ଘଟଣା ଘଟିବା ଦିନ ଭଞ୍ଜନଗର ଏସଡିପିଓ ଓ ଥାନା ଆଇଆଇସି ଗମାଙ୍ଗଙ୍କୁ ଛୁଟିରେ ଯିବା ପାଇଁ ବାଧ୍ୟ କରିଥିଲେ । ଏହି ୨ଜଣ ଅଫିସର ଏଥି ପାଇଁ ଗମାଙ୍ଗଙ୍କ ଘରକୁ ଆସିଥିଲେ । ସେଠାରେ ଆଇଆଇସି ଦେବକୁମାର ଗମାଙ୍ଗକୁ କହିଥିଲେ ସେ ଛୁଟିରେ ଯାଆନ୍ତୁ । କିନ୍ତୁ ଆଇଆଇସି ଏଥିରେ ରାଜି ହୋଇନଥିଲେ । ଏକଥା କହିଛନ୍ତି ଗାଙ୍ଗପୁର ଥାନାର ସବ ଇନ୍ସପେକ୍ଟର ସୁବ୍ରଜିତ ସାମନ୍ତରାୟ ।ଏକ ଭିଡିଓରେ ସୁବ୍ରଜିତ ସାମନ୍ତରାୟ ଏହି ବୟାନ ଦେଇଥିବା ସୂଚନା ମିଳିଛି ।ତେବେ ଘଟଣା ସ୍ଥଳରେ ସୁବ୍ରଜିତ ସାମନ୍ତରାୟ ମଧ୍ୟ ଆଇଆଇସିଙ୍କ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷେ, ଦେବଙ୍କ ମାଙ୍କ ବୟାନ କିନ୍ତୁ ଘଟଣାକୁ ପୂରା ଭିନ୍ନ ମୋଡ଼ ଦେଇଛି ।ତାଙ୍କ ମା’ଙ୍କ ବୟାନ ଅନୁଯାୟୀ, ଘଟଣା ଘଟିଥିବା ଦିନ ସମସ୍ତେ ଏକାଠି ଗୋଟିଏ ଟେବୁଲରେ ବସି ଖାଇଥିଲେ । ଏହି ସମୟରେ ମାଆ ବାଥରୁମକୁ ଯିବାପରେ ହଠାତ ତାଙ୍କୁ ଗୁଳିର ଶବ୍ଦ ଶୁଭିଥିଲା। ଦେବଙ୍କ ମା ବାଥରୁମରୁ ବାହାରକୁ ଆସି ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ଦେଖିବାକୁ ପାଇଥିଲେ । ତେଣୁ ଏହି ଘଟଣାର ନିରପେକ୍ଷ ତଥା ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ଦେବ ଗମାଙ୍ଗଙ୍କ ମାଆ  । ଅନ୍ୟପଟେ ଦେବ ମାନସିକ ଚାପରେ ଥିବା କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ । ଯାହାକୁ ସମ୍ପୂର୍ଣ୍ଣ ରୂପେ ଅସ୍ବୀକାର କରିଛନ୍ତି ପତ୍ନୀ କିରଣ ମହାନ୍ତି । ଉଭୟ ସ୍ଵାମୀ ଓ ସ୍ତ୍ରୀ ପୋଲିସ ବିଭାଗରେ ଚାକିରି କରିଥିବା ବେଳେ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣାକୁ ସହଜରେ ସ୍ୱୀକାର କରିପାରି ନାହାନ୍ତି ତାଙ୍କ ପତ୍ନୀ କିରଣ ମହାନ୍ତି ।

ଗତ ୪ ମାସ ହେବ କାର୍ଯ୍ୟରେ ଯୋଗଦାନ କରିଥିବା ଆଇଆଇସି କାହିଁକି ମାନସିକ ଚାପରେ ରହୁଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ସାଙ୍ଗକୁ ଅଧିକ ତଦନ୍ତ ପରେ ଦେବ ଗମାଙ୍ଗଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠିବ ବୋଲି ଆଶା କରାଯାଉଛି ।

Related posts

ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

mahabharatanews

କୋଭିଡ-୧୯ ନିୟମରେ ଜିଲ୍ଲାରେ ମ୍ୟାଟ୍ରିକ ମୂଲ୍ୟାୟନ ଆରମ୍ଭ

mahabharatanews

ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀଙ୍କ ନୀରବ ମହମବତୀ ଶୋଭାଯାତ୍ରା

mahabharatanews

Leave a Comment