ଭାରତ

ଦିଲ୍ଲୀରେ ୪୦ ଡିଗ୍ରୀ ପାର କଲା ତାତି

(ଦିଲ୍ଲୀ) : ଦେଶରେ ଏପ୍ରିଲ ମାସ ନ ଆସୁଣୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଆଜି ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆସନ୍ତା କାଲି ମଧ୍ୟ ପାରଦ ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏହା ଶହ ସବୁ ବେଳେ ବାହାରକୁ ଯିବା ସମୟରେ ଖରା ଉପଶମ ସାମଗ୍ରୀ ଛାତ , ପାଣି ଆଦି ନେଇ ଯିବାକୁ କରାଯାଇଛି ସତର୍କ ।

ସୂଚନାନୁଯାୟୀ , ଆଗାମୀ ୭ ରୁ ୧୦ ଦିନ ଦିଲ୍ଲୀ, ରାଜସ୍ଥାନ, ମଧ୍ୟ ଭାରତ, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ଼ରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। କେବଳ କେରଳ, କର୍ଣ୍ଣାଟକର କିଛି ଅଞ୍ଚଳ ଓ ଉତ୍ତର-ପୂରର୍ବର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଏହି ସବୁ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେବାର ଆଶଙ୍କା ରହିଛି।

Related posts

ପାକିସ୍ତାନ ସେନା ଗୁଳିରେ ୨ ଯବାନ ଆହତ 

mahabharatanews

ରାଜସ୍ଥାନରେ “ଲୁ

mahabharatanews

Union Budget 2024 : କ’ଣ ଶସ୍ତା, କ’ଣ ମହଙ୍ଗା ?

mahabharatanews