ଓଡିଶା

ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ସ୍ଥାନୀୟ ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ବିଶିଷ୍ଟ  ଆଇନଜୀବୀ ସୁବ୍ରତ ଦାସ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ରିପୋର୍ଟ ପ୍ରକାଶ କରିବା ସହ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ସଂଘର ସଭାପତି ଅକ୍ଷୟ ମହାନ୍ତି, ସଂପାଦକ ହରିହର ସାହୁ, ଉପସଭାପତି ମାନଗୋବିନ୍ଦ ମହାନ୍ତ, କୋଷାଧ୍ୟକ୍ଷ ଶିଶୁପଦ ମହାନ୍ତି, ଲାଇବ୍ରେରୀ ଇନଚାର୍ଜ ବିନୟ ମହାନ୍ତି, ଯୁଗ୍ମ ସଂପାଦକ ଏବଂ ୧୦ ଜଣ କାର୍ଯ୍ୟକାରିଣୀ ସଭ୍ୟ/ସଭ୍ୟାଙ୍କୁ ଶପଥ ପାଠ କରାଇଥିଲେ । ସଭାପତି ଅକ୍ଷୟ ମହାନ୍ତିଏବଂ ଉପସଭାପତି ମାନଗୋବିନ୍ଦ ମହାନ୍ତି ପ୍ରମୁଖ ଓକିଲ ମାନଙ୍କ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା, ରାଇରଙ୍ଗପୁର ର ଉନ୍ନତି ଏବଂ ଓକିଲ ସଂଘର ନୂତନକଳେବର ପାଇଁ ସେ ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Related posts

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ରେଡ ଜୋନରେ ରାଜ୍ୟର ୩ ପ୍ରମୁଖ ସହର

mahabharatanews

ଆରମ୍ଭ ହେଲା ପିଲାଙ୍କ ୟୁଟ୍ୟୁବ ପାଠପଢା

mahabharatanews