ଭାରତ

ଦିଲ୍ଲୀରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି କରୋନା

(ଦିଲ୍ଲୀ) : ଭାରତର ରାଜଧାନୀ ଦିଲ୍ଲୀରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି କରୋନା ମିଟର । ଗତ ୨୪ ଘଣ୍ଟାରେ ୧୨୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ଏପ୍ରିଲ ୪ ରୁ ଲଗାତର ବଢ଼ିବାରେ ଲାଗିଛି। ରାଜଧାନୀରେ ବର୍ତ୍ତମାନ ସକ୍ରିୟ ମାମଲା ୪୮୮ ରହିଛି। ସେହିଭଳି ସଂକ୍ରମଣ ହାର ୧.୦୫ ପ୍ରତିଶତ ରହିଛି। ହୋଲି ଭିତରେ ଏବେ ପୁଣି ବଢ଼ିଯାଇ ୧.୧୨ ପ୍ରତିଶତ ହୋଇଛି। କରୋନା ସଂକ୍ରମଣ କମିବାରୁ ଡିଡିଏମଏ ବୈଠକରେ ମାସ୍କ ପିନ୍ଧିବାକୁ ନେଇ ଆଇନ କହଳ କରାଯାଇଥିଲା। ଏହାରି ଭିତରେ ସଂକ୍ରମଣ ହାର ୧.୧୨ ପ୍ରତିଶତ ରେକର୍ଡ କରାଯାଇଛି। ଦିଲ୍ଲୀରେ ମଙ୍ଗଳବାର ୧୧୨ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହ ଗତ ୨୪ ଘଣ୍ଚାରେ ୯୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସଂକ୍ରମଣ ହାର ଏପ୍ରିଲ ୪ ରୁ ଲଗାତର ବଢ଼ିବାରେ ଲାଗିଛି।

Related posts

ଦିଲ୍ଲୀ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

mahabharatanews

ବଢିବାରେ ଲାଗିଛି କରୋନା ସଂକ୍ରମଣ , ଦୈନିକ ସଂକ୍ରମଣ ୬ ହଜାର ପାର କରିଛି

mahabharatanews

ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା

mahabharatanews