ଭାରତ

କେଜ୍ରିୱାଲ୍‌ଙ୍କୁ ହଟାଇବା ମାମଲାରେ ଆବେଦନକାରୀଙ୍କୁ ୫୦ ହଜାର ଜୋରିମାନା

(ଦିଲ୍ଲୀ) :  ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ, ତେଣୁ ତାଙ୍କୁ ପଦରୁ ହଟିଯିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆପ୍‌ର ପୂର୍ବତନ ବିଧାୟକ ସନ୍ଦୀପ କୁମାର ଦିଲ୍ଳୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ  ଆଜି ସନ୍ଦୀପଙ୍କ ତୃତୀୟ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ତାଙ୍କ ଉପରେ ୫୦ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି।

ସୂଚନାନୁଯାୟୀ , ମୁଖ୍ୟ ବିଚାରପତି ମନମୋହନଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ଏଯାଏଁ ସୁପ୍ରିମକୋର୍ଟ କିମ୍ବା କୌଣସି ହାଇକୋର୍ଟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ହଟାଇଛନ୍ତି କି? ଏହା ଆପଣଙ୍କର ଚତୁର୍ଥ ଆବେଦନ। ପୂର୍ବରୁ ଏ ବାବଦରେ ଚେତାବନୀ ସତ୍ବେ ଏହି ପ୍ରସଙ୍ଗ ଗ୍ରହଣ କରିବାକୁ ଆମକୁ ବାଧ୍ୟ କରୁଛନ୍ତି। ଏହା କୌଣସି ଜେମ୍‌ସ ବଣ୍ଡ ଚଳଚ୍ଚିତ୍ର ନୁହେଁ ଯେ ଏହାକୁ ଆମେ ଧାରାବାହିକ ଭାବେ ଗ୍ରହଣ କରିବୁ। ଏହି ପ୍ରସଙ୍ଗ ଏହି ଠାରେ ଶେଷ କରୁଛୁ। ଆପଣଙ୍କ ଏହି ଧୃଷ୍ଟତା ପାଇଁ ଆମେ ଆପଣଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ଲଗାଉଛୁ।

Related posts

ଦେଶରେ ୯ଟା ସୁଦ୍ଧା ୧୧.୩୧ ପ୍ରତିଶତ ମତଦାନ

mahabharatanews

ବଢ଼େଇ କାମ କରି ଚର୍ଚାରେ ରାହୁଲ୍‌ ଗାନ୍ଧୀ

mahabharatanews

କରୋନା ଭାଇରସ : ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

mahabharatanews