ଭାରତ

ଓମିକ୍ରନ୍ ସୃଷ୍ଟି କରିବ ଏକ୍ସ-ଇ ପରି ଅନେକ ନୂଆ ଭାରିଏଣ୍ଟ

(ଦିଲ୍ଲୀ) : କରୋନାର ନୂଆ ଭାରିଏଣ୍ଟ ଦେଶକୁ ପୁଣି ଘାଇଲା କାରବ ବୋଲି ଆକଳନ କରାଯାଉଛି । ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଇକୁ ନେଇ ଚର୍ଚା ବଢ଼ିବାରେ ଲାଗିଛି । ତେବେ ଏହାରି ଭିତରେ କୋଭିଡର ଏହି ନୂଆ ଏକ୍ସ-ଇ ଭାରିଏଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏନଟିଏଜିଆଇର ମୁଖ୍ୟ ଏନକେ ଅରୋରା ।
ସେ କହିଛନ୍ତି ଓମିକ୍ରନ୍ ଏକ୍ସ-ଇ ପରି ଅନେକ ନୂଆ ଭାରିଏଣ୍ଟ ସୃଷ୍ଟି କରିବ। ତେବେ ଏସବୁ ଭାରିଏଣ୍ଟ ମାରାତ୍ମକ ନୁହନ୍ତି। ଏହା କୌଣସି ଗମ୍ଭୀର ରୋଗ ସୃଷ୍ଟି କରିବ ନାହିଁ। ଏହି ଭାରିଏଣ୍ଟ ଦ୍ରୁତ ସଂକ୍ରାମକ କରିପାରିବ ନାହିଁ। ଭାରତୀୟ ଡାଟା ଅନୁସାରେ, ଏହାର ସଂକ୍ରମଣ ବେଗ ମଧ୍ୟ କମ୍‌ ବୋଲି କହିଛନ୍ତି ଏନକେ ଅରୋରା।
ଗୁଜରାଟ ଓ ମୁମ୍ବାଇରୁ କରୋନାର ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ଏହି ଭାରିଏଣ୍ଟ ଭାରତରେ ପୁଣି କରୋନାର ଚତୁର୍ଥ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି।

Related posts

କରୋନାର ନୂତନ ସବ୍-ଭାରିଆଣ୍ଟ ; ୨୧ଟି ମାମଲା ଚିହ୍ନଟ  

mahabharatanews

ସେନା ଗୁଳିରେ ୪ ଆତଙ୍କବାଦୀ ନିହତ 

mahabharatanews

ଅଯୋଧ୍ୟାରେ ଶଦ୍ଧାଳୁଙ୍କ ପ୍ରବଳ ଭିଡ

mahabharatanews