ଓଡିଶା

ଯୋଡ଼ାରେ ୧୪୪ ଧାରା ଜାରି

(କେଉଁଝର) : ଯୋଡ଼ାରେ ୧୪୪ ଧାରା। କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଜାରି ହୋଇଛି ୧୪୪ ଧାରା। କାଲି ସନ୍ଧ୍ୟା ସାଢ଼େ ୫ଟାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଥିଲା ।

ଉକ୍ତ ସମୟରେ ଗେଦେରିଂ ନହେବାକୁ ପରାମର୍ଶ ଦିଆଯାଇଥିବା ବେଳେ ରାମନବମୀ ଉପଲକ୍ଷେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକମାନେ ଝଣ୍ଡା ଧରି ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ ଚାହୁଁଥିଲେ। କିନ୍ତୁ ପୁଲିସ୍‌ ଯିବାକୁ ଅନୁମତି ଦେଇନଥିଲା।

ଆଜି ସକାଳେ ପୁଣି ଥରେ ୫ ଜଣ ଯୁବକ ଝଣ୍ଡା ଧରି ମନ୍ଦିରକୁ ଯିବାକୁ ବାହାରିଥିଲେ। ପୁଲିସ ସେମାନଙ୍କୁ ବାରଣ କରିଥିଲା। ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପ୍ରବଳ ଟେକା ପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଘଟଣାରେ କିଛି ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି।

 

Related posts

ବିବେକାନନ୍ଦ ୟୁଥ୍ କ୍ଲବ ତରଫରୁ ଗରିବ ଅସହାୟ ବ୍ୟକ୍ତି ଙ୍କୁ ଶୀତବସ୍ତ୍ର ପ୍ରଦାନ

mahabharatanews

ସରକାରଙ୍କ ୨ ବର୍ଷ ପୂର୍ତ୍ତି ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

mahabharatanews

ଚାଷ ଜମିରୁ ଶରୀର ଉଦ୍ଧାର ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

mahabharatanews