ଓଡିଶା

ପିଇବା ପାଣି ପାଇଁ ରେଳ ଧାରଣା ପାରହେବାକୁ ପଡୁଛି

ଜଳେଶ୍ୱର: ପିଇବାପାଣି ପାଇଁ ବିପଦ ପୂର୍ଣ ଅବସ୍ଥାରେ ରେଳ ଧାରଣା ପାର ହେବାକୁ ପଡୁଛି।  ଯାହା ବଖାଣୁଛି ବିକାଶର ନଗ୍ନ ଚିତ୍ର। ତେବେ ଏଦୃଶ୍ୟ  କୌଣସି ଉପାନ୍ତ ଅଞ୍ଚଳର ନୁହଁ, ଏ ହେଉଛି ହେଉଛି ବାଲେଶ୍ୱର ଜିଲ୍ଲା, ବସ୍ତା ବ୍ଲକ ନଟାକଟା ପଞ୍ଚାୟତର । ଗାଁରେ ଥିବା ନଳକୂପ ଅଚଳ ହୋଇପଡ଼ିବା ପରେ ଲୋକଙ୍କୁ ଘାରିଛି ପାଣି ଚିନ୍ତା ।

ପିଇବା ପାଣି ପାଇଁ ସ୍ଥାନୀୟ  ଲୋକଙ୍କୁ ନିକଟସ୍ଥ ଅମର୍ଦାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି । କେତେବଳେ ଷ୍ଟେସନରେ ଥିବା ଟ୍ୟାପରୁ ପାଣି ସଂଗ୍ରହ କରିବାକୁ ପଡ଼ୁଛି ତ, ପୁଣି କେତେବେଳେ ରେଳ ଧାରଣା ପାର ହୋଇ ଅନ୍ୟ  କାହାର  ଘରୋଇ ନଳକୂପରୁ ପାଣି ଆଣିବାକୁ ପଡ଼ୁଛି । ତେବେ ଆଜକୁ  ୫ ଦିନ ହେବ୍   ରେଳ ଷ୍ଟେସନ ରେ ମଧ୍ୟ ପାଣି ନାହିଁ। ଯାହା ପାଇଁ ଲୋକଙ୍କ ଚିନ୍ତା ବଢିଯାଇଛି ।

 ପ୍ରତେକ ଘରେ ଘରେ  ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବସୁଧା ଯୋଜନା ଆରମ୍ଭ କରିଥିଲେ ବି ତାହା ସଫଳ ରୂପାୟନ ହୋଇ ପାରୁନାହିଁ, ବରଂ କେବଳ ଯୋଜନା ନାଁରେ  ନେତାମନ୍ତ୍ରୀ, ବିଭଗିୟ ଅଧିକାରୀ ଓ ଠିକାଦାର  ମାଲେମାଲ  ହେଉଛନ୍ତି । ତେବେ ଏନେଇ ନଟାକଟା ପଞ୍ଚାୟତର  ସରପଞ୍ଚ  ବନ୍ଦନା ସେଠୀଙ୍କୁ ଯୋଗାଯୋଗ କରିବାରୁ ,ସେ କହିଛନ୍ତିକି ପୂର୍ବରୁ ନଳକୂପ ସୁବିଧା କରାଯାଇଛି, ତେବେ ପାଣି ସମସ୍ୟା ନେଇ  ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related posts

ଜାଲରେ ପଡିଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

mahabharatanews

ରମ୍ପେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପିଏମ ଶ୍ରୀ ଉତ୍ସବ ପାଳନ

mahabharatanews

ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ୍ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews