ଓଡିଶା

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ;୩ ମୃତ ଜଣେ ଗୁରୁତର

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଟ୍ରକ ଓଲଟିଲା;୩ ମୃତ ଜଣେ ଗୁରୁତର। ଏ ଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନମ୍ବର ନୂଆଗାଁ ଛକରେ। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ୪ଜଣଙ୍କ ଉପରେ ଚଢିଯିବାଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ବାରିପଦା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ , ପବିଶୋଇ ଥାନା ଅଧିକାରୀ ଅନିନ୍ଦ୍ୟ ଭୂଷଣ ନାଏକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ ।

ଟ୍ରକର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ଫେରାଇ ହୋଇଯାଇଛନ୍ତି । ମୃତକ ମାନେ ଅଙ୍ଗାରପଦା ହାଟରୁ ଫେରି ନୂଆଗାଁ ରାସ୍ତାକଡ଼ରେ ବୋଲରୋ ରଖି ଛିଡ଼ା ହୋଇଥିଲେ । ମୃତକ ମାନେ ହେଲେ ଝାରପୋରିଆ ଥାନା ଅଂଚଳର ପଳାଶବଣି ଗ୍ରାମର ସୁକୁରା ମାହାଲି, ବାଙ୍ଗିରିପୋଷି ଥାନା ଅଂଚଳର କଦମଡିହି ଗ୍ରାମର ସାଲଖାନ ହାଁସଦା, ବାଙ୍ଗିରିପୋଷି ଥାନା ଅଂଚଳର ବେଢାକୁଦର ଗ୍ରାମର ଶୁଶାନ୍ତ ମହାନ୍ତି ଏବଂ ଗୁରୁତର ଜଣକ ହେଲେ ସିଲିଫୋଡି ଗ୍ରାମର ଦୁର୍ଗା ନାଏକ । ସୋମବାର ଦିନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ମୃତକଙ୍କ ଶଵ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

Related posts

୫ଟି ସଚିବଙ୍କ ଯାଜପୁର ଗସ୍ତ 

mahabharatanews

୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଶୁଣାଣି

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୬ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

mahabharatanews