ଓଡିଶା

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ବୀଣାପାଣି

କଟକ : ଆର ପାରିରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି । ୮୬ ବର୍ଷ ବୟସରଙ୍କ ମୃତ୍ୟୁ ବରଣ କଲେ ସାରସ୍ୱତ ସାଧିକା । ରବିବାର ରାତି ୯ଟାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ପୁରା ସାରସ୍ୱତ ଜଗତ ସ୍ତବ୍ଧ ହୋଇଯାଇଛି । ଗତକାଲି କଟକ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଓଡିଆ ସାହିତ୍ୟ ଜଗତର ବିରାଟ ଦ୍ରୁମ ବୀଣାପାଣି ।

ସତୀଚଉରା ଶ୍ମଶାନଠାରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ପଦ୍ମଶ୍ରୀ ବୀଣାପାଣି ହେଉଛନ୍ତି କେନ୍ଦ୍ରାପଡ଼ା ସବ୍‌-ଡିଭିଜନ୍‌ ଚାନ୍ଦୋଳର ସ୍ବର୍ଗତ ଚତୁର୍ଭୁଜ ମହାନ୍ତି ଓ କୁମୁଦିନୀ ମହାନ୍ତିଙ୍କ ଝିଅ। ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣି ମହାନ୍ତି କଲେଜ ଜୀବନରୁ କବିତା ଲେଖୁଥିଲେ। ବିଭିନ୍ନ ପତ୍ରପତ୍ରିକା ଓ ପୁସ୍ତକରେ ତାଙ୍କର ୨୦୦ରୁ ଅଧିକ କବିତା ପ୍ରକାଶ ପାଇଛି। ୧୯୬୫ ମସିହାରୁ ସେ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ରଚିତ ୩୦ରୁ ଅଧିକ ଗଳ୍ପ ପୁସ୍ତକ ଓ ୩ଟି ଉପନ୍ୟାସ ପ୍ରକାଶ ପାଇଛି। ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ପାଟଦେଈ’ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କରିଥିଲା।

୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

Related posts

କଲଭର୍ଟ ଭୁଶୁଡିବା ଘଟଣା: ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

mahabharatanews

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

mahabharatanews