ଓଡିଶା

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । କିଛି କିଛି ଜିଲ୍ଲାରେ ଏବେ ୪୪ଡିଗ୍ରି ଉପରେ ତାପମାତ୍ରା ରହୁଥିବା ବେଳେ ଲୋକଙ୍କର ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ତେବେ ସାରା ରାଜ୍ୟରେ ଏହି ଗ୍ରୀଷ୍ମ ବର୍ଷା ଆହୁରି ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ। ସେ କହିଛନ୍ତି ଯେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାର ନାହିଁ। ଆଜିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ଟି ଜିଲ୍ଲାରେ ରହିଛନ୍ତି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେଓଗଡ, ମୟୂରଭଞ୍ଜ, ବରଗଡ, ଝାରସୁଗୁଡ଼ା ଓ ବଲାଙ୍ଗୀର । ଏହା ସହ ୩୦ ତାରିଖରେ ୮ ଜିଲ୍ଲାକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆକାଶରୁ ଝରୁଥିବା ନିଆଁ ପାଇଁ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ । ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ବର ୩୮.୬, ବାଲେଶ୍ବର ୩୭.୨, ଝାରସୁଗୁଡ଼ା ୪୦, ସମ୍ବଲପୁର ୪୦, କେନ୍ଦୁଝର ୩୯, ପୁରୀ ୩୨ ଡିଗ୍ରୀ ଛୁଇଁଥିବା ବେଳେ ଗତକାଲି ବୌଦ୍ଧ ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।

Related posts

ଦୂତିଙ୍କ ବିଏମଡବ୍ଲୁ ବିକ୍ରି ପୋଷ୍ଟରେ ସରସ୍ୱତୀଙ୍କ ସ୍କାନରରେ ଦୂତି

mahabharatanews

ବିଭିନ୍ନ ଦାବି ନେଇ ମିଳିତ ଅମଲା ମଞ୍ଚର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ

mahabharatanews

ସ୍କୁଟିକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ, ୪ ଗୁରୁତର

mahabharatanews