ଓଡିଶା

ମହାନଦୀରୁ ଘଡିଆଳ କୁମ୍ଭୀର ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ରଥିପୁର ପାଳନ୍ଦା ମହାନଦୀରୁ ଏକ ସାଢେ ଚାରିଫୁଟ ଲମ୍ବର ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକମାନେ ମାଛଧରିବା ପାଇଁ ମହାନଦୀରେ ଜାଲ ପକାଉଥିବା ବେଳେ କୁମ୍ଭୀରଟି ଜାଲରେ  ପଡିଥିଲା। ସ୍ଥାନୀୟ ଲୋକମାନଙ୍କ ଠାରୁ ଖବରପାଇ ଜଗତସିଂହପୁର ବନବିଭାଗ ରେଞ୍ଜର ରବିନାରାୟଣ ମହାନ୍ତି ସଦଳବଳେ ପହଞ୍ଚି କୁମ୍ଭୀରକୁ ଜବତ କରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ରେଞ୍ଜକୁ ଛାଡିବାକୁ ନେଇଛନ୍ତି।

ଏହି ଘଡିଆଳ ପ୍ରଜାତିର କୁମ୍ଭୀର କେନ୍ଦ୍ରାପଡା ଜିଲ୍ଲା ଲୁଣା ନଦୀରେ ଦେଖିବାକୁ ମିଳନ୍ତି।ଉଦ୍ଧାର ହୋଇଥିବା ଘଡିଆଳ କୁମ୍ଭୀରଟି ଅଳ୍ପ ବୟସ୍କ ବୋଲି ବନବିଭାଗ ଅଧିକାରୀ କହିଛନ୍ତି।ମହାନଦୀରେ କୁମ୍ଭୀର ଦେଖାଯିବା ବିରଳ ଘଟଣା।ଲୁଣାନଦୀରୁ କୁମ୍ଭୀର କେରାଣ୍ଡିଆ,ଚିତ୍ରୋତ୍ପଳା,ପାଇକା ନଦୀ ଡେଇଁ ମହାନଦୀରେ ଦେଖିବାକୁ ମିଳିବା ଘଟଣା ଆଶ୍ଚର୍ଯ୍ୟ ପ୍ରକଟ କରୁଥିବା ବେଳେ କୁମ୍ଭୀର ମାନଙ୍କ ମିଳନ ସମୟ ହୋଇଥିବାରୁ ସେମାନେ ଅନେକ ଦୂର ଅତିକ୍ରମ କରିଥାନ୍ତି ବୋଲି ବନବିଭାଗ ଅଧିକାରୀ ସୁଚନା ଦେଇଛନ୍ତି।

କୁମ୍ଭୀର ଉଦ୍ଧାର ହୋଇଥିବା ଆଖପାଖ ମହାନଦୀରେ ଆଉ ଏକ ଘଡିଆଳ କୁମ୍ଭୀର ଅଛି ତାକୁ ଖୁବଶୀଘ୍ର ଠାବ କରି ଉଦ୍ଧାର କରାଯିବ ବୋଲି ରେଞ୍ଜର ସୁଚନା ଦେଇଛନ୍ତି।ମହାନଦୀରେ କୁମ୍ଭୀର ନଥିବାରୁ ନଦୀକୂଳିଆ ଲୋକମାନେ ନିର୍ଭୟରେ ମାଛମାରିବା ଠାରୁ ଆରମ୍ଭ କରି ଗୋରୁ ମଇଁଷି ସହ ଚଳପ୍ରଚଳ ହୋଇଥାନ୍ତି।ଏବେ ମହାନଦୀରୁ କୁମ୍ଭୀରଙ୍କ ଆର୍ବିଭାବ ସ୍ଥାନୀୟ ଅଞ୍ଚଳରେ ଛନକା ପଶିଛି।

Related posts

ରଥଯାତ୍ରା : ଆଉ ମାତ୍ର ୨୮ ଦିନ 

mahabharatanews

ମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ

mahabharatanews

ବାଇପାସ ନିର୍ମାଣ ଦାବିରେ ଖଡିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

mahabharatanews