ଭାରତ

ସସପେଣ୍ଡ ହେଲେ ଆଇଏଏସ ପୂଜା ସିଙ୍ଘଲ

ନୂଆଦିଲ୍ଲୀ:  ଆଇଏଏସ ପୂଜା ସିଙ୍ଘଲ ଆଜି ସସପେଣ୍ଡ ହୋଇଛନ୍ତି । ଝାଡଖଣ୍ଡର ସରକାର ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗତକାଲି ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ପୂଜାଙ୍କୁ ଇଡି ଗିରଫ କରିଥିଲା । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା ପୂଜାଙ୍କ ଘରୁ ବ୍ୟାପକ ଟଙ୍କା ଜବତ କରାଯାଇଥିଲା । ଏହା ପରେ ଇଡି ତାଙ୍କୁ ଏବଂ ତାଙ୍କର ସିଏଙ୍କୁ ଗିରଫ କରିଛି ।ତାଙ୍କୁ ଗିରଫ ପରେ ପୂଜାଙ୍କୁ ରାଞ୍ଚିର ବିର୍ସାମୁଣ୍ଡା ଜେଲକୁ ପଠାଇଦିଆଯାଇଛି । ଅଧିକ ତଥ୍ୟ ପାଇଁ ଇଡି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି । ତେବେ ପଚରାଉଚରା ବେଳେ ତାଙ୍କ ରକ୍ତ ଚାପ ବଢିବା ପରେ ଡାକ୍ତର ତାଙ୍କର ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।

Related posts

ନୋଏଡା ସ୍କୁଲରେ ୧୩ ବିଦ୍ୟାର୍ଥୀ ଓ ୩ ଶିକ୍ଷକ କରୋନା ସଂକ୍ରମିତ

mahabharatanews

ଅରୁଣ ଗାନ୍ଧୀଙ୍କର ଆଜି ପରଲୋକ, କୋହ୍ଲାପୁରରେ ଶେଷ ସଂସ୍କାର ସମ୍ପନ୍ନ କରାଯବ

mahabharatanews

ବିହାରର ଏକ ମନ୍ଦିରରେ ଦଳାଚକଟା, ୭ ମୃତ, ୯ ଗୁରୁତର

mahabharatanews