ଅପରାଧଭାରତ

ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ଆଜି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୧୯୮୮ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଏପରି ଝଟକା ଲାଗିଛି । ସିଦ୍ଧୁ ପଟିଆଲାରେ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡ଼ା କରିଥିଲେ। ଯାହାପରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ପରେ ତାଙ୍କୁ ଜେଲ ହୋଇଥିଲା । ଏବେ ଏହି ଆଦେଶ ବିରୋଧରେ ପୀଡିତ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ୧୯୮୮ ମାର୍ଚ୍ଚ ୨୨ ତାରିଖରେ ଏହି ମାମଲାର ଶୁଣାଣି ସମୟରେ ନବଜୋତ ସିଂହ ସିଦ୍ଧୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ ଯେ କୌଣସି ଦୃଢ଼ ପ୍ରମାଣ ନାହିଁ ତାଙ୍କ ବିରୋଧରେ।

ପୁରୁଣା ମାମଲାକୁ ପୁଣି ଖୋଲିବା ପାଇଁ ସଂପୃକ୍ତ ପରିବାର ପକ୍ଷରୁ ଅପଚେଷ୍ଟା କରାଯାଉଛି । ଆଇପିସି ଧାରା ୩୨୩ ଅନୁଯାୟୀ ସିଦ୍ଧୁଙ୍କ ବିରୋଧରେ ୩୪ ବର୍ଷ ତଳେ ମାମଲା ରୁଜୁ ହୋଇଥିଲା। ୧୯୯୯ରେ ସେସନ୍‌ କୋର୍ଟ ଏହି କେସ୍‌କୁ ଖାରଜ କରିଦେଇଥିଲେ । ଏହା ପରେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଏହି ରାୟକୁ ବଦଳାଇଥିଲେ ଏବଂ ତାଙ୍କୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ସିଦ୍ଧୁଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ହେଲେ ସୁପ୍ରିମକୋର୍ଟ ସେତେବେଳେ ସିଦ୍ଧୁଙ୍କୁ ଏକ ହଜାର ଟଙ୍କା ଜୋରିମାନା ଦେଇ ତାଙ୍କୁ ମୁକ୍ତ କରିଥିଲେ। ତେବେ ଏବେ ଏହି ମାମଲାରେ ରିଭ୍ୟୁ ପିଟିସନର ଶୁଣାଣି ବେଳେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଅବଧିକୁ ବୃଦ୍ଧି କରାଯିବ କି ନାହିଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ଆଜି ଆସିଥିବା କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଥିବା ଟୁଇଟ କରି କହିଛନ୍ତି ସିଦ୍ଧୁ । ସିଦ୍ଧୁଙ୍କୁ ଖୁବଶୀଘ୍ର ପଞ୍ଜାବ ପୋଲିସ ଗିରଫ କରିବ ବୋଲି ଜଣାପଡ଼ିଛି ।

Related posts

୨୨ରେ ମହାରାଷ୍ଟ୍ର ଛୁଟି 

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ  ୧,୦୨୧ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

ଋଥଯାତ୍ରା ଦେଖିବେ ରାଷ୍ଟ୍ରପତି, ୬ରେ ଆସିବେ ଓଡ଼ିଶା

mahabharatanews