ଓଡିଶାରାଜନୀତି

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର : ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ । ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ନାମାଙ୍କନ ପତ୍ର ଭରିଥିବା ଜଣାପଡିଛି । ବିଜେଡି ସାଂଗଠନିକ ସମ୍ପାଦକ ଏବଂ ବହୁ ବିଧାୟକ, ମନ୍ତ୍ରୀ ପୂର୍ବତନ ସାଂସଦଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୪ ପ୍ରାର୍ଥୀ । ୩ଟି ଆସନରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ରହିଛି । ପ୍ରସନ୍ନ ଆଚାର୍ଯ୍ୟ , ଏନ.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ୩ଟି ଆସନରେ ନିର୍ବାଚନ ହେଉଛି । ସେପଟେ ବରିଷ୍ଠ ବିଜେଡି ନେତା କହିଛନ୍ତି, ଆମେ ଦଳର ସବୁ ସାଧାରଣ କର୍ମୀ, ଆମର ଯେଉଁ ଅନୁଭବ ଅଭିଜ୍ଞତା, ଦଳ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ତାର ଉପେଯାଗ କରେ । ବିଜୁ ଜନତା ଦଳ ହେଉଛି ଶୃଙ୍ଖଳିତ ଦଳ ।

ତେବେ କଟକ ମେୟର ଭାବେ ସୁବାସ ସିଂହ ନିର୍ବାଚିତ ହେବାପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ତାଙ୍କ ଆସନ ପାଇଁ ଉପନିର୍ବାଚନ ହେଉଛି । ଏହି ଉପନିର୍ବାଚନ ପାଇଁ ଜୁନ୍ ୨ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ବିଜେଡି ପ୍ରାର୍ଥୀଭାବେ ନିରଞ୍ଜନ ବିଶି ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ଜୁନ ୧୦ ରେ ରାଜ୍ୟର ତିନୋଟି ରାଜ୍ୟସଭା ପଦବୀ ପାଇଁ ନିର୍ବାଚନ ହେବ । ସେହିପରି ଜୁନ ୧୩ ତାରିଖରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ଏଥିପାଇଁ ଜୁନ ୨ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ତିନି ଆସନ ପାଇଁ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହାସହିତ ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡିଥିବା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନିରଞ୍ଜନ ବିଶି ।

Related posts

ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମଙ୍କ ପରଲୋକ

mahabharatanews

ସୋନିଆ ଗାନ୍ଧୀଙ୍କୁ ୭୦ରୁ ଊର୍ଦ୍ଧ ପ୍ରଶ୍ନ କଲା ଇଡି

mahabharatanews

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews

Leave a Comment