ଅପରାଧଓଡିଶା

କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ପୋଲିସ

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣାକୁ ନେଇ ଭୁବନେଶ୍ୱର କୋର୍ଟରେ ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ଥାନା ପୋଲିସ । ଚାର୍ଜସିଟରେ ୧୦୫ ଜଣ ସାକ୍ଷୀ ରହିଥିବା ସୂଚନା ମିଳିଛି। ଏହି ଚାର୍ଜସିଟରେ ରମେଶ ସ୍ୱାଇଁର ସମସ୍ତ ତଥ୍ୟ, ପ୍ରମାଣ,ସାକ୍ଷୀ ଓ ଠକେଇ ବିଷୟରେ ଉଲ୍ଳେଖ କରିଛି ପୋଲିସ । ଏବେ ଝାରପଡା ଜେଲରେ ଅଛି ରମେଶ । ସୂଚନାନୁସାରେ , ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଘର କେନ୍ଦ୍ରାପଡ଼ାରେ। ସେ ୧୯୮୨ରେ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି।

ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତା’ ପରେ ସେ ଆଉ ୧୮ ଜଣ ମହିଳାଙ୍କୁ ବିବାହ କରିଥିଲା। ମହିଳାଙ୍କୁ ପ୍ରେମ୍‌ ଜାଲରେ ଫସାଇବା ପାଇଁ ସେ ଡ୍ରାମା କରୁଥିଲା। କେତେବେଳେ ମିଛି ମିଛିକା କାନ୍ଦୁଥିଲା ତ ଆଉ କେତେ ଦେହ ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲା। ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ। ଆଉ ତା’ପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ।

ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଉଥିଲା। କେତେ ବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା।

Related posts

କଣାସ: ୨୧୦,୭୭୩ ପିଲାଙ୍କୁ ପୋଲିଓ ବୁନ୍ଦା

mahabharatanews

ବଢୁଛି ମହିଳାଙ୍କ ପ୍ରତି ହିଂସା

mahabharatanews

ସ୍କୁଲ ଯିବ ଜଗା

mahabharatanews