ଖେଳଭାରତ

ଆୟାରଲାଣ୍ଡ ଗସ୍ତରେ ହାର୍ଦ୍ଦିକ ପାଣ୍ଡିଆ

ନୂଆଦିଲ୍ଲୀ : ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଗୁଜରାଟ ଟାଇଟନ୍ସ ପ୍ରଥମ ଥର ପାଇଁ ଏଣ୍ଟ୍ରି କରିବା ପରେ ହାର୍ଦ୍ଦିକ ପାଣ୍ଡିଆଙ୍କ ଅଧିନାୟକତ୍ୱରେ ଚାମ୍ପିଅନ ହେବା ପରେ ଏବେ ତାଙ୍କୁ ମିଳିଛି ନୂତନ ଦାୟିତ୍ୱ । ଆୟରଲାଣ୍ଡ ଗସ୍ତରେ ଯାଉଥିବା ଟିମ୍ ଇଣ୍ଡିଆର କ୍ୟାପଟେନ ଭାବେ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସିଜନରେ ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ସୂଚନାନୁସାରେ, ଭାରତ ଗସ୍ତରେ ଆସିଥିବା ଦକ୍ଷିଣ ଆଫ୍ରିକା ମ୍ୟାଚରେ ହାର୍ଦ୍ଦିକ ଉପଅଧିନାୟକ ଭାବେ ଦାୟିତ୍ୱ ବହନ କରିଥିବା ବେଳେ ଆୟାରଲାଣ୍ଡ ବିପକ୍ଷ ସିରିଜରେ ବିସିସିଆଇ ହାର୍ଦ୍ଦିକଙ୍କୁ ଅଧିନାୟକତ୍ୱ ଭାର ଅର୍ପଣ କରିଛନ୍ତି ।

ଆୟାରଲାଣ୍ଡ ବିପକ୍ଷ ମ୍ୟାଚରେ ଇଣ୍ଡିଆ ଟିମରେ ଅନ୍ୟ ଖେଳାଳି ମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର (ଉପଅଧିନାୟକ), ଇଶାନ କିଶାନ, ଋତୁରାଜ ଗାଏକୱାର୍ଡ, ସଞ୍ଜୁ ସାମସନ, ସୂର୍ୟ୍ୟକୁମାର ଯାଦବ, ଭେଙ୍କଟେଶ ଆୟାର, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟ କିପର), ଯୁଜବେନ୍ଦ୍ର ଚହଲ,ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ ରହିଛନ୍ତି । ଆସନ୍ତା ୨୬ ଓ ୨୮ ମଧ୍ୟରେ ଡବଲିନ ଠାରେ ଏହି ଦୁଇଟି ଟି-୨୦ ମ୍ୟାଚ ଖେଳାଯିବ । ତେବେ ଏଥିପୂର୍ବରୁ ଇଂଲଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ ମ୍ୟାଚ ହେବ । ଏନେଇ ଗୁରୁବାର ଭାରତ ଇଂଲଣ୍ଡ ଗସ୍ତ କରିଛି ।

Related posts

ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

mahabharatanews

 ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମାର

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୨,୩୮୦ କରୋନା ସଂକ୍ରମିତ ଚିନ୍ହଟ

mahabharatanews