ଓଡିଶା

ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ: ଅଶ୍ୱିନୀ ବୈଷ୍ଣବ

ପୁରୀ: ଖୁବ୍ ଶିଘ୍ର ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୬୪ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହି ଅର୍ଥ ରେଳ ଷ୍ଟେସନର ବିକାଶ ସହିତ ଏହାର ଆଖପାଖ ଅଞ୍ଚଳର ବିକାଶ କରାଯିବ। ପ୍ରକଳ୍ପ କାର୍ଯ୍ୟ ଅଗଷ୍ଟ ୨୦୨୨ରୁ ଆରମ୍ଭ କରାଯାଇ ୨୦୨୪ରେ ସାରିବାକୁ ଲକ୍ଷ ରଖାଯାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ପୁରୀକୁ ଏକ ବିଶ୍ୱସ୍ତରୀୟ ହେରିଟେଜ୍ ସିଟି ପାଇଁ ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନ ରହିଛି। ଏଥିପାଇଁ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣକୁ ଲାଗି ଅନୁମୋଦନ କରିଛନ୍ତି। ଏହାଛଡା ଭୁବନେଶ୍ୱରରୁ ପୁରୀକୁ ଏକ ଆରାମଦାୟକ ବିଶ୍ୱସ୍ତରୀୟ ଟ୍ରେନ ଚଳାଚଳ କରିବ। ଭୁବନେଶ୍ୱର ବିମାନ ବନ୍ଦରରୁ ଓହ୍ଲାଉଥିବା ଯାତ୍ରୀମାନେ ଏହି ସ୍ପେଶାଲ ଟ୍ରେନ୍ ସାହାଯ୍ୟରେ ପୁରୀ ଆସିପାରିବେ। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ଭକ୍ତଙ୍କ ଗହଳି ପରିଲକ୍ଷିତ ହେବ। ଏଥିଲାଗି ୨ ଶହଟି ସ୍ପେଶାଲ ଟ୍ରେନ୍ ଚାଲିବ। ତେବେ ଯାତ୍ରୀଙ୍କ ପାର୍କିଂ ଲାଗି ଜର୍ମାନ ଟ୍ରେଣ୍ଡର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ଯେପରି ଲାଇନ୍ରେ ଛିଡା ନହେବେ ସେଥିପାଇଁ ମୋବାଇଲ ଟିକେଟର ବ୍ୟବସ୍ଥା କରାଯାଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି।

Related posts

ଶିମିଳିପାଳରେ ୩୨ରେ ପହଞ୍ଚିଛି ବାଘ ସଂଖ୍ୟା

mahabharatanews

ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଗିରଫ

mahabharatanews

ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

mahabharatanews