ଓଡିଶା

ଓଡ଼ିଶାରେ ପହଁଚିଲେ WHO ଟିମ

ଭୁବନେଶ୍ୱର: ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାକୁ ମିଳିଛି ସଫଳତା । ରାଜ୍ୟ ସରକାର କେମିତି ମୁକାବିଲା କରି ମ୍ୟାଲେରିଆକୁ ନିୟନ୍ତ୍ରଣ କରିପାରିଲେ, ସେ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶାକୁ ଆସିଲେ WHO ଟିମ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ୨୦୧୬ ମସିହାରେ ରାଜ୍ୟରେ ସାଢ଼େ ୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ କରାଯାଇଥିଲା। ଗତବର୍ଷ ଏହା ଖସି ୨୫ ହଜାରରେ ପହଞ୍ଚିଛି।

ଓଡ଼ିଶା କିଭଳି ଏଭଳି ସଫଳତା ପାଇଲା, ଏହାକୁ ଅନୁକରଣ କରି ଅନ୍ୟ ରାଜ୍ୟରେ କିପରି କାର୍ଯ୍ୟକାରୀ କରାଯାଇପାରିବ, ତାହା ଦେଖିବାକୁ WHO ଟିମ୍‌ ଓଡ଼ିଶା ଆସିଛନ୍ତି। ସେମାନେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶଙ୍କ ସହ ପ୍ରାରମ୍ଭିକ ଆଲୋଚନା ପରେ ଫିଲଡ୍‌ ପରିଦର୍ଶନରେ ଯାଇଛନ୍ତି। WHO ଟିମ୍‌ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇଥିବା ଡାକ୍ତର ମିଶ୍ର କହିଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଚଳିତ ମାସ ଶେଷ ଯାଏଁ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଯାଏଁ ସତର୍କ ରହିବାକୁ ପଡ଼ିବ।

ଯେହେତୁ ନିକଟରେ ବଡ଼ ଧରଣର ଭିଡ ହୋଇଥିଲା, କୋଭିଡ କିଛି ମାତ୍ରାରେ ବଢ଼ିପାରେ। ତେଣୁ ମାସ ଶେଷ ଯାଏଁ ସମସ୍ତେ ସତର୍କ ରହିବା ଉଚିତ। ଆମ ରାଜ୍ୟରେ ସଂକ୍ରମଣ ବଢ଼ିଛି। କିନ୍ତୁ ଅଧିକ ବଢ଼ୁନି। ୩ରୁ ୪ ଦିନ ହେଲା ୩୦୦ ପାଖାପାଖି ରହୁଛି ଦୈନିକ ସଂକ୍ରମଣ। କିନ୍ତୁ ଚିନ୍ତା କଲା ଭଳି କିଛି ନାହିଁ। ସଂଖ୍ୟା ବଢ଼ୁଥିଲେ ମଧ୍ୟ ହସ୍ପିଟାଲାଇଜେସନ୍‌ ରେଟ ବହୁତ କମ୍‌ ଅଛି।

Related posts

କରୋନା-୧୯ ଲଢେଇ ଅଭିଯାନରେ ଏନଟିପିସି, କଣିହାଁ ସାମିଲ

mahabharatanews

ବର୍ଷା ସ୍ୱରୂପ ମହାପ୍ରଭୁଙ୍କ ଆଶୀର୍ବାଦ

mahabharatanews

କାମାକ୍ଷାନଗରକୁ ଜିଲ୍ଲା ପାଇଁ ଆମର ଦାବି

mahabharatanews