ଓଡିଶା

ରାଜ୍ୟରେ ଆଜି ୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ପୁଣି ବଢ଼ିବାରେ ଲାଗିଛି । ଏହାରିମଧ୍ୟରେ ଆଜି ୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୪ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୨୯୧୫୧୮ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୯ ଜଣ ସୁସ୍ଥ ହୋଇଥିବା ବେ‌ଳେ ଏବେ ସୁଦ୍ଧା ରାଜ୍ୟରେ ସୁସ୍ଥ ସମୁଦାୟ ୧୨୮୦୩୮୨ ଜଣ ହୋଇ ସାରିଛନ୍ତି । କିନ୍ତୁ ଏବେ ବି ସକ୍ରିୟ ଅଛନ୍ତି ୧୯୫୭ ଜଣ।

Related posts

ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱରସ୍ୱତୀଙ୍କୁ ଆବାହନ

mahabharatanews

କଲବଲ କରୁଛି ଶୀତ , ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି

mahabharatanews

କରୋନା ମୁକାବିଲା ପାଇଁ ଅସହାୟ ଚାଷୀମାନଙ୍କୁ ସହାୟତା

mahabharatanews