ଅପରାଧଭାରତ

ନୂପୁରଙ୍କ ବୟାନ ଯୋଗୁଁ ହେଲା ସାଇବର ଆକ୍ରମଣ

ନୂଆଦିଲ୍ଲୀ: ନୂପୁରଙ୍କ ବୟାନକୁ ନେଇ ହେଲା ସାଇବର ଆକ୍ରମଣ । ବିଜେପିର ନିଳମ୍ବିତ ମୁଖପତ୍ରୁ ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ବରୋଧୀ ବୟାନକୁ ନେଇ ଭାରତ ସମେତ ଦେଶରେ ହାହାକାର ସୃଷ୍ଟି ହୋଇଛି । ଏଭଳି ସ୍ତିତିରେ ମାଲେସିଆ ଓଣ୍ଟୋନେସିଆର ମୁସଲିମ୍ ହ୍ୟକରମାନେ ଭାରତ ବିରୋଧରେ ସାଇବର ଯୁଦ୍ଧ ଆରମ୍ଭ ହୋଇଛି । ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଙ୍କ ସୂଚନାନୁସାରେ, ଦୁଇଟି ହ୍ୟାକର ଗୋଷ୍ଠୀ ଡ୍ରାଗନ ଫେର୍ସ ମାଲେସିଆ ଏବଂ କ୍ୟାକ୍ଟିଭିଷ୍ଟ ଇଣ୍ଡୋନେସିଆ ପକ୍ଷରୁ ଭାରତରେ ସାଇବର ଆକ୍ରମଣ କରାଯାଇଛି ।

ସେମାନେ ବିଶ୍ୱର ଅନ୍ୟାନ୍ୟ ସାଇବର ଗୋଷ୍ଠୀଗୁଡିକୁ ଭାରତର ଆକ୍ରମଣ କରିବା ଲାଗି ଅନୁରୋଧ କରିଛନ୍ତି । ଭାରତରେ ୨ ହଜାରରୁ ଅଧିକ ୱେବସାଇଟ ହ୍ୟାକ୍ କରାଯାଇଛି । ସେମାନେ ନୂପୁରଙ୍କ ଘର ଠିକଣା ଓ ବ୍ୟକ୍ତିଗତ ତଥ୍ୟକୁ ଅନଲାଇନ କରିଦେଇଛନ୍ତି । ଏଥିସହ ଅନେକ ଲୋକଙ୍କ ପନକାର୍ଡ ଓ ଆଧାର ନମ୍ବର ମଧ୍ୟ ଅନଲାଇନରେ ଲିକ କରାଯାଇଛି । ଥାନା, ପୁଲିସ, ଆନ୍ଧ୍ରପହେଶ ପୁଲିସ ଏବଂ ଆସାମରେ ଏକ ଆଂଚଳିକ ଟିଭି ଚ୍ୟାନେଲର ସିଧା ପ୍ରସାରଣକୁ ହ୍ୟାକ କରାଯାଇଛି । ଚ୍ୟାନେଲର ସ୍କିନ ଉପରେ ହଠାତ୍ ଅନ୍ଧକାର ଦେଖିବାକୁ ମିଳିଥିଲା ।

ପରେ ପାକିସ୍ତାନର ପତାକା ଦେଖାଯାଇଥିଲା । ଟିଭି ସ୍କିନ ଉପରେ ତଳେ ପ୍ରଫେଟ ହଜରତ ମହମ୍ମଦଙ୍କ ସମ୍ମାନ ଦିଅ ବୋଲି ଲେଖା ଦେଖିବାକୁ ମିଳିତଥିଲା । ଏହି ଘଟଣା ପରେ ଅହମ୍ମଦାବାଦ କ୍ରାଇମବ୍ରାଂଚ ପକ୍ଷରୁ ଉକ୍ତ ଗୋଷ୍ଠୀ ବିରୋଧରେ ଲୁକଆଉଟ ନୋଟିସ ଜାରି କରିବାକୁ ମାଲେସିଆ ଓ ଇଣ୍ଟୋନେସିଆ ସରକାର ସମେତ ଇଣ୍ଟରପୋଲକୁ ଚିଠି ଲେଖାଯାଇଛି ।

Related posts

ହୋମଗାର୍ଡ ହତ୍ୟା ଘଟଣା ମାମଲାରେ ୩୬ ଗିରଫ

mahabharatanews

ଗୋଆରୁ ପଲ୍ଲବୀଙ୍କୁ ଟିକେଟ

mahabharatanews

ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପାଇ ସୋରେନ

mahabharatanews