ଭାରତ

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ବଡ ଦାବି କଲେ ମୁସଲିମ ଅଧ୍ୟକ୍ଷ 

(ଦିଲ୍ଲୀ)  : ଅଯୋଧ୍ୟାରେ ରାମ ମନ୍ଦିର ଏବେ ପ୍ରସ୍ତୁତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ | ତେବେ ମନ୍ଦିର ଉଦଘାଟନ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ଜାମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୋୖଲାନା ମୁଫତି ଶାହାବୁଦ୍ଦିନ ରଜଭି ଏକ ବଡ ଦାବି କରିଛନ୍ତି।

ସୂଚନାନୁଯାୟୀ , ମୌଲାନା କହିଛନ୍ତି ଯେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରସ୍ତାବିତ ଜମିରେ ଏକ ନୂତନ ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଉଚିତ। ଅଯୋଧ୍ୟାରେ ଥିବା ରାମ ମନ୍ଦିର ବଦଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ପାଞ୍ଚ ଏକର ଜମି ଦିଆଯାଇଛି, ଯେଉଁଥିରେ ମସଜିଦ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ମୌଲାନା ଶାହାବୁଦ୍ଦିନ ରଜଭି କହିଛନ୍ତି ଯେ ମୁସଲମାନମାନେ କେନ୍ଦ୍ରୀୟ ୱାକଫ ବୋର୍ଡ ଉପରୁ ବିଶ୍ୱାସ ହରାଇଛନ୍ତି। ଆମେ ଚାହୁଁ କାବା ସରିଫ ଇମାମଙ୍କ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉ।

Related posts

ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ଅଚାନକ ଆଉ ଏକ ଭୂସ୍ଖଳନ 

mahabharatanews

“ଲୋକଙ୍କୁ ମାଗଣାରେ ଔଷଧ ମିଳିବା ଜାରି ରହୁ “: କେଜ୍ରିୱାଲ

mahabharatanews

ମରାଠା ସଂରକ୍ଷଣ ମାମଲା; ଇଣ୍ଟରନେଟ୍ ସେବା ମଧ୍ୟ ଠପ୍

mahabharatanews