ଓଡିଶା

ବନ୍ୟା ଯୋଗୁଁ ଗ୍ୟାରେଜରେ କଲେ ରାତ୍ରିଯାପନ କଲେ ୧୪ ଛାତ୍ରଛାତ୍ରୀ

ବୌଦ୍ଧ : ବନ୍ୟା ଯୋଗୁଁ ଘରକୁ ଫେରିପାରିଲେନି ଛାତ୍ରଛାତ୍ରୀ। ରାତି ସାରା ଗ୍ୟାରେଜରେ ବିତାଇବାକୁ ପଡ଼ିଛି। ବନ୍ୟା ପାଣି ଯୋଗୁଁ ନାଳ ଅତିକ୍ରମ କରିପାରି ନାହାନ୍ତି ଛାତ୍ରଛାତ୍ରୀ। ଏଥିରୁ ବୌଦ୍ଧ ଜିଲ୍ଲା ଗମନାଗମନ କ୍ଷେତ୍ରରେ କେତେ ବିକଶିତ ତାହା ଜଣାପଡୁଛି। ବର୍ଷା ପରେ ବନ୍ୟା ପାଣି ଯୋଗୁଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ଲଷ୍ମୀ ନାଳ ଅତିକ୍ରମ କରି ଘରକୁ ଫେରି ପାରିନ ପାରି ୧୪ ଜଣ ଛାତ୍ରଛାତ୍ରୀ ଜାତୀୟ ରାଜପଥକଡ଼ରେ ଥିବା ଏକ ମୋଟର ଗ୍ୟାରେଜରେ ରାତ୍ରିଯାପନ କରି ଆଜି ସକାଳେ ଘରକୁ ଫେରିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ଡ଼ିଗିସିରା ଗ୍ରାମର ୧୪ ଜଣ ଛାତ୍ରଛାତ୍ରୀ ଦୈନିକ ଲଷ୍ମୀନାଳ ଦେଇ ଚାରିଛକକୁ ପଢିବାକୁ ଆସିଥାନ୍ତି।

ଶୁକ୍ରବାର ମଧ୍ୟ ସବୁଦିନ ଭଳି ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ । ବାଟରେ ପଡୁଥିବା ଲଷ୍ମୀନାଳ ପାର୍ ହେବା ସମୟରେ ହଠାତ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟାପାଣି ପ୍ରବାହିତ ହେଉଥିଲା । ଫଳରେ ୨ ଜଣଙ୍କ ସାଇକେଲ ବନ୍ୟା ପାଣିରେ ଭାସି ଯାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଚାହୁଁଚାହୁଁ ସନ୍ଧ୍ୟା ହୋଇଯିବା ପରେ ଜାତୀୟ ରାଜପଥକଡ଼ରେ ଥିବା ଏକ ଗ୍ୟାରେଜରେ ୧୪ ଜଣ ଛାତ୍ରଛାତ୍ରୀ ରାତିରେ ଆଶ୍ରୟ ନେଇଥିଲେ।

ଭାସି ଯାଇଥିବା ୨ ସାଇକେଲ ଆଜି ଉଦ୍ଧାର ହୋଇଥିଲା। ଆଜି ନାଳରେ ପାଣି କମିବା ପରେ ସେମାନଙ୍କ ପରିବାର ଲୋକ ସେଠାରେ ପହଞ୍ଚି ନିରାପଦରେ ନାଳପାର କରି ଘରକୁ ନେଇଥିବା ଦେଖିବାକୁ ମିଳିଛି। ତେବେ ଗତକାଲି ବନ୍ୟାପାଣିରେ କେତୋଟି ସାଇକେଲ ଭାଶିଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କୁ ସାଇକେଲ କ୍ଷତିପୂରଣ ଯୋଗାଇଦେବା ସହ ନିର୍ମାଣଧିନ ପୋଲ ତୁରନ୍ତ ନିର୍ମାଣ ପାଇଁ ଗ୍ରାମବସୀ ଦାବି କରିଛନ୍ତି।

Related posts

ଜିଲ୍ଲାର ଦୁଇ ସହରକୁ ଲକ ଡାଉନ

mahabharatanews

ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ଦେବୀ ପ୍ରସାଦ ମିଶ୍ର

mahabharatanews

ଆଜି ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews