ଓଡିଶା

ଝାଡ଼ାବାନ୍ତିରେ ଗଲାଣି ୬ ଜଣଙ୍କ ଜୀବନ

କଲ୍ୟାଣସିଂହପୁର: ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୫ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଆଉଜଣଙ୍କ ମୃତ୍ୟୁ ଘଟିଛି। ଏପରିଭାବେ ଇତିମଧ୍ୟରେ ୬ଜଣଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଗତ ୪ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତକାଲିରାତିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପୂର୍ବରୁ ଡୁଡୁକା ବାହାଲ ଗ୍ରାମର ସବିତା ନାୟକଙ୍କ ମୃତ୍ୟୁ ହୋଇଥିଲାା ପରେ ଟିକିରି ଥାନା ସମୁନା ସହି ୨ଜଣ ମୃତ୍ୟୁ ହୋଇଥିବା ବେଳେ ଗତ ରାତିରେ ଟିକିରି ସ୍ଥିତ ଝଡ଼ିଆ ସାହିରେ ୩ ଜଣଙ୍କ ମୃତ୍ୟୁହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ କଞ୍ଜ ଝଡ଼ିଆ ,ଉଲୁଡି ଝାଡିଆ ଓ ଜଣେ ୧୫ ବର୍ଷୀୟ ବାଳକ ଧବା ନାୟକଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ୧୨ରୁ ଅଧିକ କାଶୀପୁର ଓ ଟିକିରି ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଅନେକ ଲୋକେ ଗାଁ ରେ ଅକ୍ରାନ୍ତ ହୋଇ ପଡ଼ିଛନ୍ତି। ଏପରି ସ୍ଥଳେ ସ୍ଵାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ ଉକ୍ତ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।ଲୋକଙ୍କୁ ସଚେତନ ସୃଷ୍ଟି କରିବା ସହ ସହି ଓ ଗାଁ ମାନଙ୍କରେ ବିଲିଚିଙ୍ଗ ଛିଞ୍ଚନ କରାଯାଇଛି। ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ମୃତ୍ୟୁ ଓ ଅକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୁରୁବାର ରାତିରେ ଟିକିରି ଝଡ଼ିଆ ସାହିରେ ୩ ଜଣଙ୍କ ମୃତ୍ୟୁ ପରେ ଭୟର ବାତାବରଣ ଖେଳି ଯାଇଥିଲା। ଗୁରୁବାର ରାତିରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତ ହେଲେ ଟିକିରି ଝୋଡ଼ିଆ ସାହିର ସରୋଜନୀ ଝୋଡିଆ (୨୫), ରଜନୀ ଝୋଡ଼ିଆ(୧୨) ଓ ଅଞ୍ଜ ଝୋଡିଆ (୨୨)।
ଏବେ ବି ୧୬ ଜଣ ପୀଡ଼ିତ କାଶୀପୁର, ଟିକିରି ସମେତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଡାକ୍ତରୀ ଟିମ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିବା ବେଳେ ଏବେ ବି ଅବସ୍ଥା ଅସମ୍ଭାଳ ଥିବା କୁହାଯାଉଛି।

Related posts

ଆକାଶ ଛୁଆଁ ଲେମ୍ବୁ ଦର

mahabharatanews

ସୁପ୍ରିମୋ ଡାକିଲେ ବୈଠକ

mahabharatanews

ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

Leave a Comment