ଖେଳଭାରତ

ଭାରତର ବିଜୟ ହାସଲ , ୱେଷ୍ଟଇଣ୍ଡିଜକୁ ୬୮ ରନରେ କଲା ପରାସ୍ତ

ବ୍ୟୁରୋ : ଭାରତ କରିଛି ବିଜୟ ହାସଲ। ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକଙ୍କ ଦୃଢ଼ ବ୍ୟାଟିଂ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ହୋଇଥିଲା । ଫଳରେ ୱେଷ୍ଟଇଣ୍ଡିଜକୁ ୬୮ ରନରେ ଶୋଚନୀୟ ଭାବେ ପରାସ୍ତ କରିଛି ଟିମ ଇଣ୍ଡିଆ । ୫ଟିକିଆ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ୧୯୦ ରନ କରିଥିଲା ।

ଜବାବରେ ୱେଷ୍ଟଇଣ୍ଡିଜକୁ ୧୨୨ରନରେ ସୀମିତ ରଖିଥିଲେ ଭାରତୀୟ ବୋଲର । ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଅର୍ଶଦୀପ ସିଂ, ରବି ବିଷ୍ଣୋଇ ଓ ଆର ଅଶ୍ୱିନୀ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଦୀନେଶ କାର୍ତ୍ତିକ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ସୋମବାର ଖେଳାଯିବ ଦ୍ୱିତୀୟ ମ୍ୟାଚ ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୨୦୨ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଲୋରି ସହ ବସ୍‌ ପିଟି ହୋଇ ୬ମୃତ

mahabharatanews

ମୁମ୍ବାଇ ଇଣ୍ଡିଆନ୍ସ ରୁ ଆଉଟ ହେବେ କି ପୋଲାର୍ଡ !

mahabharatanews