ଓଡିଶାପାଣିପାଗ

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

ଭୁବନେଶ୍ବର: ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା। ଯଦି ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏହି ଭଳି ବର୍ଷା ଜାରି ରହେ, ତେବେ ମହାନଦୀ ରେ ସ୍ୱଳ୍ପ ଧରଣର ବନ୍ୟା ଆମେ ଦେଖିବା। ଆସନ୍ତା କାଲି ସକାଳ ୮ଟା ବେଳେ ମୁଣ୍ଡଳୀ ଦେଇ ୬ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ। ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ତାଙ୍କର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି।

ବନ୍ୟା ଆଶଙ୍କା ରହିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବଢିବାରେ ଲାଗିଛି। ମାତ୍ର ଆମେ ତାଙ୍କୁ ଜବାବରେ ଜଣାଇଛୁ ସ୍ଥିତି ଦେଖି ଆମେ ହୀରାକୁଦ ଗେଟ ଖୋଲିବ।ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୨୪ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଏହା ବଢ଼ି ପାରେ। ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡରେ ରଖାଯାଇଛି।

Related posts

୨୫ରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

mahabharatanews

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

mahabharatanews

ଛତ୍ରପୁରର ୫ଟି ଲଜ୍‌ ଉପରେ ଚଢାଉ

mahabharatanews