ଭାରତରାଜନୀତି

ଜେଡିୟର ବିନା ସହମତିରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ଆରସିପି : ଶାହ

ନୂଆଦିଲ୍ଲୀ: ପୂର୍ବତନ ଜେଡିୟୁ ନେତା ଆରସିପି ସିଂ ନୀତିଶ କୁମାରଙ୍କ ବିନା ସହମତିରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାର ଅଭିଯୋଗ ହୋଇଥିଲା। ତେବେ ଏହା ଉପରେ ନୀତିଶଙ୍କ ସହମତିରେ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି ବୋଲି ଆରସିପି ସିଂ ନିଜେ ଏବଂ ବିଜେପିର ବରିଷ୍ଠ ନେତା କହିଥିଲେ। ମଙ୍ଗଳବାର ବିହାର ବିଜେପିରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ଆରସିପି ସିଂ ତାଙ୍କ ବିନା ସହମତିରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ବୋଲି କହି ନୀତିଶଙ୍କୁ ଟାର୍ଗେଟ କରିଥିଲେ। ଶାହଙ୍କ କହିବା ଅନୁଯାୟୀ ନୀତିଶ କୁମାରଙ୍କ ସହ ସେହି ସମୟରେ କଥା ହୋଇଥିଲେ ଯେଉଁ ସମୟରେ କେନ୍ଦ୍ରରେ ଦୁଇଟି ମନ୍ତ୍ରୀ ପଦ ଚାହୁଁଥିଲେ। ଏଥିପାଇଁ ସେ ଅସମର୍ଥ ପ୍ରକାଶ କରିଥିଲେ। ସେତେବେଳେ ନୀତିଶ ଆରସିପିଙ୍କ ନାମରେ ମୋହର ମାରିଥିଲେ। ଅମିତ ଶାହଙ୍କ ପୂର୍ବରୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି ମଧ୍ୟ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ନୀତିଶଙ୍କ ଠାରୁ ବଡ ମିଛୁଆ ଆଉ କେହି ହୋଇପାରିବେ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସମୟରେ ଅମିତ ଶାହା ନୀତିଶଙ୍କ ସହ ଦୁଇଥର କଥା ହୋଇଥିଲେ। ଆରସିପିଙ୍କ ନାମ ନୀତିଶଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା ଓ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଥିଲା। ସୂଚନା ଅନୁସାରେ ଜୁନରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଅରସିପି ସିଂହଙ୍କୁ ନୀତିଶ ରାଜ୍ୟସଭା ଟିକେଟ ଦେଇନଥିଲେ। ଫଳରେ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଲା। ଫଳରେ ଆରସିପି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ସହ ଜେଡିୟୁରୁ ମଧ୍ୟ ଇସ୍ତଫା ଦେଇଥିଲେ।

Related posts

ଏନ୍‌ଡିଟିଭି ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର

mahabharatanews

୨୦୧୮-୨୦୨୧ ମଧ୍ୟରେ ୬୩୦ ଆତଙ୍କୀଙ୍କ ଏନକାଉଣ୍ଟର

mahabharatanews

ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ଛାଡିବ

mahabharatanews