ଓଡିଶାରାଜନୀତି

ଧାନଗଛ ରୋଇଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ବାଲେଶ୍ୱର: ଧାନଗଛ ରୋଇଲେ ସିମୁଳିଆ ବିଧାୟକ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେ । ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହି ଧାନଗଛ ରୋଇଥିବାର ଦେଖିବାକୁ ମିଳିଛି । ଖଇରା ବ୍ଲକ ସାରୁଗାଁ ଓ ସରାକୋଣା ପଞ୍ଚାୟତ ଗସ୍ତ କରି କିଛି ଚାଷୀଙ୍କ ଜମିରେ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଧାନ ରୋଇ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି ବିଧାୟକ ଜ୍ୟୋତି ପ୍ରକାଶ ।

ମନ୍ତ୍ରୀ ଥିବା ବେଳେ ମଧ୍ୟ ଚା ତିଆର କରିବା, ଖବରକାଗଜ ବାଣ୍ଟିବା, ସ୍କୁଲରେ ଶୌଚାଳୟ ସଫା ସୁତୁରା କରି ବେଶ ଚର୍ଚ୍ଚାରେ ଥିଲେ । ଏବେ ଚାଷୀଙ୍କ ଅତି ନିକଟରେ ପହଞ୍ଚିବାର ପ୍ରୟାସ ବୋଲି ପ୍ରକାଶ କରିଛନ୍ତି ବିଧାୟକ । ଆହୁରି କହିଛନ୍ତି ମୋତେ ଏପରି କରି ଖୁସି ମିଳୁଛି କାହିଁକି ନା ମୁଁ ଏ ସବୁ କରି ମୋର ଜନତାଙ୍କ ଅତି ନିକଟରେ ରହୁଛି । ଏପରି ଆଗକୁ କିଛି ବି କାମ ହେଉ କରିବି ।

Related posts

ଆଜି ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ

mahabharatanews

କଲଭର୍ଟ ତଳୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

mahabharatanews

ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

mahabharatanews