Accidentଓଡିଶା

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ , ୨ ଗୁରୁତର

ମୟୂରଭଞ୍ଜ/ ସତ୍ୟନାରାୟଣ ପଲ୍: ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା , ଜଣେ ମୃତ ,୨ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବିଶୋଇ ରାସ୍ତା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସନ୍ନିକଟ ରାସ୍ତାରେ । ମୃତକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଖାସାହି ଗ୍ରାମର ଜନାର୍ଦ୍ଦନ ପରିଡା , କରକଚିଆ ଗ୍ରାମର ଜୟସେନ ହେମ୍ବମ ଏବଂ ପରମେଶ୍ୱର ବାସ୍କେ ।

ସୂଚନାନୁସାରେ, ଜନାର୍ଦ୍ଦନ ପରିଡ଼ା ବାଇକରେ ଯାଉଥିବା ସମୟରେ ଅପରଟୁ ବାଇକରେ ଜୟସେନ ହେମ୍ବ୍ରମ ଏବଂ ପରମେଶ୍ବର ବାସ୍କେଙ୍କ ସହ ଆମନା ସାମନା ହୋଇଥିଲେ ଯାହା ଫଳରେ ୩ ଜଣ ଯାକ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ । ସେଠାରେ ଡାକ୍ତର ଜନାର୍ଦ୍ଦନ ପରିଡାକୁ ମୃତ ଘୋଷଣା କରିଥିଲା ଏବଂ ତା ସହ ଆଛ ଦୁଇଜଣ ଗୁରୁତର ଥିବା ଜଣାପଡିଛି । ତେବେ ପୋଲିସ ଦୁଇଟି ବାଇକ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Related posts

ରାଇରଙ୍ଗପୁରରେ ମିଳିତ ଜନ ଅଭିଯୋଗ ଶୁଣାଣି : ୯୧ଟି ଅଭିଯୋଗର ଶୁଣାଣୀ ୩ଟି ତତ୍କାଳ ସମାଧାନ

mahabharatanews

ମା କନକଦୁର୍ଗାଙ୍କ ତ୍ରିଦିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ

mahabharatanews

କାର୍ଯ୍ୟ ଦିବସରେ ସରକାରୀ ବାବୁଙ୍କ ପିକନିକ

mahabharatanews