ଭାରତମନୋରଞ୍ଜନ

ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

ମୁମ୍ବାଇ : ଶେହେନଜ ଗୀର୍ଲ ଏ ନାଁକୁ କିଅବା ନ ଜାଣେ । ପଞ୍ଜାବର କ୍ୟାଟ୍ରିନା କୈଫ ବୋଲି ବେଶ ପରିଚିତ। ଟେଲିଭିଜନ ଜଗତରେ ରାଜ୍‌ କରିବା ପରେ ଏବେ ବଡ଼ ପରଦାରେ ଦେଖାଇବେ ନିଜର ଜଲୱା । ଆସନ୍ତା ବର୍ଷ ଦୀପାବଳିରେ ନିଜ ଫ୍ୟାନ୍‌ମାନଙ୍କୁ ବଡ଼ ଗିଫ୍ଟ ଦେଇପାରନ୍ତି ଶେହେନଜ । ନିଜର ବଡ ବଲିଉଡ ପ୍ରୋଜେକ୍ଟକୁ ନେଇ ସେ ଘୋଷଣା କରିଛନ୍ତି ଶେହେନଜ । ୨୦୨୩ରେ ଶେହନାଜଙ୍କ ଫୁଲ୍‌ ଏଣ୍ଟରଟେନମେଣ୍ଟ ଫିଲ୍ମ ପରଦାକୁ ଆସିବ।

ବଲିଉଡର ଭାଇଜାନ ସଲମାନ ଖାନ୍‌ ନୁହେଁ, ଜନ୍‌ ଅବ୍ରାହମଙ୍କ ସହ ଶେହନାଜ ନିଜର ବଲିଉଡ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି। ଶେହନାଜ ସଲମାନଙ୍କ ଅପ୍‌କମିଂ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ, ଏକଥା ସମସ୍ତେ ଜାଣନ୍ତି। ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେବ ବୋଲି କୁହାଯାଉଥିଲା। କିନ୍ତୁ ଜନ୍‌ଙ୍କ ସହ ଆସିବାକୁ ଯାଉଥିବା ଫିଲ୍ମର ସେ ବଲିଉଡରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି। ତେବେ ଫିଲ୍ମ ରିଲିଜ ପରେ ହିଁ ଜଣାପଡ଼ିବ ଶେହେନଜ କାହା ସହ ବଲିଉଡ ଡେବ୍ୟୁ କରିବେ। ଏବେ ଫିଲ୍ମ ରିଲିଜ ଡେଟକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

Related posts

ବିଜେପିରେ ସାମିଲ ହେଲେ ଲଭ୍‌ଲି

mahabharatanews

ମୋଦୀଙ୍କ ନୂଆ ଗରବା ଗୀତ ‘ମାଡୀ’

mahabharatanews

ନକଲି କିଙ୍ଗ୍ ଖାନଙ୍କୁ ଦେଖି  ହସି ହସି ବେଦମ ଭାଇଜାନ  

mahabharatanews