ଓଡିଶାଦୁର୍ଘଟଣା

ମର୍ମାନ୍ତୁତ ସଡକ ଦୃଘଟଣା ; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ସେମିଳିଗୁଡା: ଦଂପତିଙ୍କ ଉପରେ ମାଡ଼ିଗଲା ହାଇୱା ଗାଡି। ଏ ଭଳି ଅଭାବିନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ନିକଟସ୍ଥ ପାକଝୋଲା ଛକରେ । ସୂଚନା ଅନୁସାରେ , କୋରାପୁଟ ଜିଲ୍ଲା କୁନ୍ଦୁଲି ଥାନା ଅନ୍ତର୍ଗତ କୁନ୍ଦୁଲି ଗାଁର ଦଂପତି ସଂଜୟ ସାଆନ୍ତା ଓ ପତ୍ନୀ ରଶ୍ମୀ ଖୀଲ ସେମିଲିଗୁଡ଼ାରୁ ନିଜ ଘର କୁନ୍ଦୁଲି ଅଭିମୁଖେ ଯାଉଥିଲେ।

ହାଇୱାକୁ ଓଭରଟେକ କରି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ହାଇୱାର ଡ୍ରାଇଭର ଡାହାଣ ପାର୍ଶ୍ୱକୁ ମୋଡି ଦେବାରୁ ବାଇକ ଆରୋହୀ ଦଂପତିଙ୍କୁ ପ୍ରାୟ ୧୦ ମିଟର ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ରଶ୍ମୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷେଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ନେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ଗାଡି ଓ ଡ୍ରାଇଭର କୁ ଅଟକ ରଖିଛି ।

Related posts

ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ

mahabharatanews

ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767

mahabharatanews

ଅଚ୍ୟୁତାନନ୍ଦଙ୍କ ପବିତ୍ର ପଦ୍ମବନ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ

mahabharatanews