ଭାରତ

ବିବାହକୁ ବୋଝ ବୋଲି ଭାବୁଛନ୍ତି ଯୁବପୀଢି

ପାଶ୍ଚାତ୍ୟ ସଂସ୍କୃତିକୁ ନେଇ ଚିନ୍ତା ପ୍ରକଟ କଲେ କୋର୍ଟ

କେରଳ: ବର୍ତ୍ତମାନର ଯୁବପୀଢି ବିବାହକୁ ଏକ ବୋଝ ବୋଲି ଭାବୁଛନ୍ତି। ଫଲରେ ଦିନକୁ ଦିନ ପାଶ୍ଚାତ୍ୟ ସଂସ୍କୃତି ବଢିବାରେ ଲାଗିଛି। ଯୁବପୀଢିମାନେ ୟୁଜ ଆଣ୍ଡ ଥ୍ରୋ ସଂସ୍କୃତିକୁ ଆପଣାଇବାରେ ଲାଗିଛନ୍ତି। ଫଳରେ ଲିଭ ଇନ ରିଲେସନ ସିପ ବଢିବାରେ ଲାଗିଛି। ଫଳରେ ସମାଜ ଉପରେ କୁ ପ୍ରଭାବ ପକାଉଥିବା କୋର୍ଟ କହିଛନ୍ତି। ବର୍ତ୍ତମାନର ଯୁବପୀଢି ବିବାହକୁ ଏକ ଦାୟିତ୍ୱ ଏବଂ ମନ୍ଦ ବୋଲି ଭାବୁଛନ୍ତି। କାରଣ ବିବାହ କଲେ ମୁକ୍ତ ଜୀବନ ବଞ୍ଚିବା କଷ୍ଟକର ବୋଲି ଭାବୁଛନ୍ତି। ପତ୍ନୀର ଅର୍ଥର ଅନ୍ୟ ଏକ ଚିନ୍ତା ବୋଲି ଯୁବପୀଢି ଭାବୁଛନ୍ତି। ତେଣୁ ୟୁଜ ଆଣ୍ଡ ଥ୍ରୋ ସଂସ୍କୃତି ବଢିବାରେ ଲାଗିଛି। ଯାହା ଆମର ବୈବାହିକ ଜୀବନ ଓ ସମାଜକୁ ପ୍ରଭାବିତ କରୁଛି। ପୂର୍ବରୁ ପରିବାରରେ ସ୍ନେହ, ପ୍ରେମ ଏକତା ଓ ଉତ୍ତମ ସମ୍ପର୍କ ରହିଥିଲା। ଯାହା ବର୍ତ୍ତମାନ ଏହି ଧାରା ବଦଳିବାରେ ଲାଗିଛି। ବର୍ତ୍ତମାନ ମଣିଷର ପ୍ରବୃତ୍ତି ସ୍ୱାର୍ଥପରତା, ପଶଶ୍ରୀକାତରତା, ଅନୈତିକ ସମ୍ପର୍କ ଓ ଛାଡପତ୍ର ବୋଲି ମାମଲାକୁ ବଢାଇଛି। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟକେ ସାଧାରଣ ଝଗଡାକୁ ନିଷ୍ଠୁରତା ବୋଲି କୁହାଯାଇପାରିବ ନାହିଁ। ଯାହାକୁ ଛାଡପତ୍ରର ଏକ ବୈଧ କାରଣ ବୋଲି କୁହାଯାଇପାରିବ ନାହିଁ। କେରଳ ହାଇକୋର୍ଟ ଏକ ପାରିବାରିକ ମାମଲାର ଶୁଣାଣି ବେଳ ଏହା କହିଛନ୍ତି। ହାଇକୋର୍ଟର ଏ ମହମ୍ମଦ ମୁସ୍ତାକ, ଜଷ୍ଟିସ ସୋଫି ଥୋମାସଙ୍କ ଖଣ୍ଡପୀଠ ଏହି କଥା ନିଜ ରାୟରେ କହିଛନ୍ତି।

Related posts

ଅଚାନକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ପୋରଣ ,୯ ମୃତ 

mahabharatanews

କାର ଧକ୍କାରେ ଆଖି ବୁଜିଲା ବାଘୁଣୀ 

mahabharatanews

ଆସନ୍ତା ଦୀପାବଳିକୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews