ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ ୨ଶହ ତଳକୁ ରହିଛି ; ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଗତକାଲି ୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫ ଜଣ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୪, ବରଗଡ଼ରୁ ୧, ଭଦ୍ରକରୁ ୨, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧରୁ ୩, କଟକରୁ ୨୦ ଜଣ, ଦେବଗଡ଼ରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୫୫, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ନୂଆପଡ଼ାରୁ ୫, ପୁରୀରୁ ୯ ଜଣ, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Related posts

ପୁରୀରେ ପହଞ୍ଚିଲା ରଥ ଦଉଡି଼

mahabharatanews

ବାୟୁ ପ୍ରଦୁଷଣ: ଦେଶରେ ୧୦ରୁ ୭ ଜଣ ଆକ୍ରାନ୍ତ ହେଉଛନ୍ତି

mahabharatanews

ଏଣିକି ମାତ୍ର ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି’ରେ ସୋସାଇଟି ହାତକୁ ଆସିବ ଜମି ମାଲିକାନା

mahabharatanews