ଅପରାଧଓଡିଶା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼

ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରୀରେ ମରଣାତ୍ମକ ଆକ୍ରମଣ । ଏଭଳି ଅଘଟଣ ଘଟିଛି ଭୁବନେଶ୍ୱରର ଲକ୍ଷ୍ମୀସାଗର କଦଳୀଗୋଦାମ ଅଞ୍ଚଳରେ। ଆହତ ଜଣକ ହେଲେ ଶେଖ ଅବଦୁଲ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବଦୁଲଙ୍କ ପେଟ ଓ ପିଞ୍ଜରାରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଗତକାଲି ରାତିରେ କୌଣସି କଥାକୁ ନେଇ ଅବଦୁଲ ସହ ଆଦିତ୍ୟଙ୍କ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଆଦିତ୍ୟ ଏକ ଛୁରି ଆଣି ଅବଦୁଲକୁ ଭୁସି ଦେଇଥିଲେ।

ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ଆଦିତ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ରାତିରେ ବିଭିନ୍ନ ଛକରେ ପୁଲିସ ପଇନ୍ତରା ମାରୁଛନ୍ତି। ଏହା ସତ୍ତ୍ୱେ ବି ଅପରାଧୀମାନେ ଅପରାଧ କରିବାକୁ ପଛାଉ ନାହାନ୍ତି। କେଉଁଠି ଛୁରାମାଡ଼ କରୁଛନ୍ତି ତ ଆଉ କେଉଁଠି ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ତେବେ କେବେ ରୋକିବ ଏଭଳି ଅପରାଧ । ଅନ୍ୟପଟେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ଚାରି ବର୍ଷର ନାବାଳକ ଉପରେ ମାଡିଗଲା ଟ୍ରକ୍: ଘଟଣା ସ୍ଥଳରେ ହିଁ ମୃତ୍ୟୁ , କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

mahabharatanews

ବରୀରେ ସଟଡାଉନ ବେଳେ ଇ-ଚାଲାଣର ଶୁଭାରମ୍ଭ

mahabharatanews

ଡେଙ୍ଗୁ ଆତଙ୍କ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି

mahabharatanews