ଅପରାଧଓଡିଶା

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢିବାର ଲାଗିଛି ଅପରାଧ ବଢ଼ିବାରେ ଲାଗିଛି । କେଉଁଠି ହତ୍ୟାକାଣ୍ଡ ଘଟାଉଛନ୍ତି ତ ଆଉ କେଉଁ ଠି ଲୋକଙ୍କ ପାଖରୁ ଖଣ୍ଡା ଓ ଛୁରି ଦେଖାଇ ଟଙ୍କା ପଇସା ଲୁଟି ନେଇଯାଉଛନ୍ତି। । କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ। ରାଜଧାନୀ ଛାତି ଉପରେ ସମାନ ଘଟଣା ଘଟି ଯାଇଛି। ଜଣେ ମହିଳା ବ୍ୟବସାୟୀଙ୍କୁ ଖଣ୍ଡା ଛୁରି ଦେଖାଇ ଟଙ୍କା,ମୋବାଇଲ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି ଲୁଟେରା। ଏଭଳି ଅଭାବନୀୟ ଘଟଣା ଭୁବନେଶ୍ୱର ସ୍ଥିତ ଝାରପଡ଼ା ଗୋଲେଇ ଛକ ନିକଟରେ ।

ମହିଳା ଜଣଙ୍କ ହେଲେ ହଳଦୀ ପଡିଆ ବସ୍ତିର ଲଳିତା ଜେନା ଲଳିତା।ସେ ସବୁଦିନ ପ୍ରାୟ ୩ଟା ସମୟରେ ସେ ୪ ନମ୍ବର ବଜାରକୁ ପରିବା ଆଣିବାକୁ ଯାଆନ୍ତି। ସକାଳେ ବଜାରରେ ପରିବା ବିକ୍ରି କରି ପରିବାର ପୋଷଣ କରନ୍ତି।କିନ୍ତୁ ଗତ କଲି ପରିବା ପାଇଁ ୪ ନମ୍ବର ବଜାରକୁ ଯାଉଥିବା ବେଳେ ଝାରପଡ଼ା ଗୋଲେଇ ଛକ ଓଭର ବ୍ରିଜ ଉପରେ ୬ଜଣ ଲୁଟେରା ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ତାଙ୍କ ବେକରେ ଖଣ୍ଡା ଛୁରି ଲଗାଇ ତାଙ୍କ ସ୍କୁଟି ନେଇଯିବା ସହ ଟଙ୍କା, ମୋବାଇଲ,ଏଟିଏମ୍ କାର୍ଡ ଲୁଟି ନେବାକୁ ଉଦ୍ୟମ କରିଥିଲେ।

ଲଳିତା ଏନେଇ ଜୋରରେ ପାଟି କରିଥିଲେ। ଓଭର ବ୍ରିଜ ନିକଟରେ ଠିଆ ହୋଇଥିବା ୨ଜଣ ପୁଲିସ କର୍ମଚାରୀ ଲଳିତାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ଲୁଟେରାମାନେ ଲଳିତାଙ୍କ ସ୍କୁଟି ଛାଡ଼ି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ତାଙ୍କ ବ୍ୟାଗରେ ୮୦୦୦ ଟଙ୍କା ସହ ମୋବାଇଲ, ଏଟିଏମ୍ କାର୍ଡ ଓ ପାନକାର୍ଡ ଥିବା ଲଳିତା କହିଛନ୍ତି। ଏନେଇ ଲଳିତା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

mahabharatanews

ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ୨୦୨୫ କେସିଙ୍ଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଯାପିତ

mahabharatanews

ଅଧ୍ୟାପକଙ୍କୁ ଛାଡିବା ଦାବିରେ ଛାତ୍ରଛାତ୍ରୀଙ୍କ ଥାନା ଘେରାଉ

mahabharatanews