ଭାରତ

ପ୍ରସୂତି ମହିଳାଙ୍କ ଲାଗି ଖୁସି ଖବର

କେନ୍ଦ୍ର ସରକାର କଲେ ବଡ ଘୋଷଣା
ନୂଆଦିଲ୍ଲୀ: ପ୍ରସୂତି ମହିଳାଙ୍କ ଲାଗି ଖୁସି ଖବର। ପ୍ରସୂତି ମହିଳାଙ୍କ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ସୂଚନା ଅନୁସାରେ ଯଦି କୌଣସି ପ୍ରସୂତି ମହିଳାଙ୍କର ପ୍ରସବ ସମୟରେ କିମ୍ବା ପ୍ରସବର କିଛି ସମୟ ପରେ ନବଜାତକ ଶିଶୁର ମୃତ୍ୟୁ ଘଟେ ସମ୍ୃକ୍ତ କର୍ମଜୀବୀ ମହିଳାଙ୍କୁ ଅଧିକ ୬୦ ଦିନ ଛୁଟି ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନଇ କାର୍ମିକ ଓ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମାରେ କୁହାଯାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି କି ନବଜାତକଟି ଜନ୍ମ ସମୟରେ କିମ୍ବା ଜନ୍ମର କିଛି ଘଣ୍ଟା କିମ୍ବା କିଛି ଦିନ ପରେ ମୃତ୍ୟୁ ଘଟିଲେ ସମ୍ପୃକ୍ତ ମହିଳାଙ୍କ ଭାବନାତ୍ମକ ଆଘାତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସନ୍ତାନ ଜନିତ ମୃତ୍ୟୁ ଘଟଣାରେ ମାଆଙ୍କର ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇଥାଏ। ଡିଓପିଟି ପକ୍ଷରୁ କୁହାଯାଇଛି କି, ଏଭଳି ଅନେକ ମାମଲାକୁ ନେଇ ତାଙ୍କ ପାଖରେ ଆବେଦନ ପହଞ୍ଚିଥିଲା। ଏହାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନେକ ବିଚାର ବିମର୍ଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କର୍ମଚାରୀ ଓ ତାଲିମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଡିଓପିଟି ତରଫରୁ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି କି, ଯଦି କେନ୍ଦ୍ର ସରକାରଙ୍କ ଜଣେ ମହିଳା କର୍ମଚାରୀ ମାତୃତ୍ୱ ଛୁଟି ନେଇ ସାରିଛନ୍ତି। ଯଦି ଶିଶୁ ମୃତ୍ୟୁ ଜନିତ ଛୁଟି ଜାରି ରହେ ତାହାଲେ ତାହାଲେ ଛୁଟି ମଞ୍ଜୁର ଲାଗି କୌଣସି ଡାକ୍ତରୀ ପ୍ରମାଣପତ୍ର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ ନିର୍ଦ୍ଦେଶନାମାରେ ପ୍ରକାଶ କରିଛି।

Related posts

ଭାରତର ଏକ ଏପରି ସ୍ଥାନ ଯେଉଁଠାରେ ଭାରତୀୟ ସମ୍ବିଧାନ ଲାଗୁ ହୁଏନାହିଁ ; ଜଣାନ୍ତୁ କେଉଁଠି ଅଛି ତାହା

mahabharatanews

ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାନହାନି କେସ

mahabharatanews