ଓଡିଶା

ସାପ ଓଗାଳିଲା କୁକୁଡ଼ା ଅଣ୍ଡା

ଉଦଳା(ଦୀପକ ମିଶ୍ର):ସାପ ଓଗାଳିଲା ଅଣ୍ଡା । ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ । ସାନବିଶୋଳ ଗ୍ରାମର ଟୁନୁ ଦଣ୍ଡପାଟଙ୍କ କୁକୁଡା ଭାଡି ନିକଟରେ ଏକ ନାଗ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ସ୍ନେକ ଲାଇଫ୍ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ । ସ୍ନେକ ଲାଇଫ୍ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିବା ପରେ ସାପଟି ଗିଳିଥିବା କୁକୁଡା ଅଣ୍ଡା ଓଗାଳିଥିଲା । ସାପଟି ଗିଳିଥିବା ୮  ଗୋଟି କୁକୁଡା ଅଣ୍ଡା ଓଗାଳିବା ପରେ ଅକ୍ଷତ ଅବସ୍ଥାରେ ତାକୁ ଜଙ୍ଗଲରେ ଛାଡି ଦିଆଯାଇଛି ।

Related posts

ରାଜ୍ୟରେ କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ

mahabharatanews

ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳା

mahabharatanews

ଉଦଳା ସହରାଞ୍ଚଳରେ ଲକଡାଉନ କଡାକଡି

mahabharatanews