ଭାରତ

ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ବ୍ୟବହାର ହେଉଛି ଅତ୍ୟଧିକ ଆଣ୍ଟିବାୟୋଟିକ୍ ଟାବଲେଟ

ନୂଆଦିଲ୍ଲୀ : ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ବ୍ୟବହାର ହେଉଛି ଅତ୍ୟଧିକ ଆଣ୍ଟିବାୟୋଟିକ୍ ଟାବଲେଟ । କରୋନା ମହାମାରୀ ଓ ଏହା ପୂର୍ବରୁ ଆଜିଥ୍ରୋମାଇସନ ଓ ଅନ୍ୟ ମେଡିସିନ ଅତ୍ୟଧିକ ବ୍ୟବହାର କରିଛନ୍ତି ଭାରତୀୟ । ଭାରତରେ ବ୍ୟବହୃତ ଆଣ୍ଟିବାୟୋଟିକଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ସେଣ୍ଟ୍ରାଲ ଡ୍ରଗସ ରେଗୁଲେଟୋରୀ ମଞ୍ଜୁରୀ ମିଳିନି । ଏ ସମ୍ପର୍କିତ ରିପୋର୍ଟ ଦେଇଛି ଲାନ୍‌ସେଟ୍‌ ରିଜିଓନାଲ୍‌ ହେଲ୍‌ଥ୍‌-ସାଉଥ୍‌ଇଷ୍ଟ୍‌ ଏସିଆ’ । ଏହି ଔଷଧଗୁଡ଼ିକ ନିମନ୍ତେ ଉଲ୍ଲେଖଯୋଗ୍ୟ ନୀତି ଏବଂ ନିୟନ୍ତ୍ରଣରେ ସଂସ୍କାର ଅଣାଯିବା ଉଚିତ।

ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରେଗୁଲେଟୋରୀ ପାଓ୍ବାର ମଧ୍ୟରେ ତାଳମେଳ ରହୁ ନଥିବାରୁ ଆଣ୍ଟିବାୟୋଟିକ୍ ମେଡିସିନର ଉପଲବ୍ଧତା ଓ ବିକ୍ରି ବଢୁଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୯ ହଜାର ଫାର୍ମା ଟ୍ରାକ୍, ଘରୋଇ ମେଡିସିନ ଷ୍ଟୋର ଡାଟାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ଦିଲ୍ଲୀର ପବ୍ଲିକ ହେଲଥ ଫାଉଣ୍ଡେସନ ।

Related posts

ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି ହିଜାବ ବିବାଦ

mahabharatanews

ଆଜି ଦେଶ ପାଳୁଛି ପବିତ୍ର ଶ୍ରୀରାମ ନବମୀ 

mahabharatanews

ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ

mahabharatanews