ଝାରସୁଗୁଡା:ପଇସାର ଲୋଭ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଏପରି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ| ସୂଚନାନୁସାରେ ହନୁମାନ ପଇସା କିଣାବିକା କରି ବଡ ଭାଇର ପ୍ରଲୋଭନ ଦେଖାଇ ଜଣେଠିକାଦାରଙ୍କୁ ଲୁଟ ଅଭିଯୋଗରେ ଝାରସୁଗୁଡା ପୋଲିସ ୫ଜଣକୁ ଗିରଫ କରିଛି | ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର କୁଟ୍ରା ଯୋରର ,ଅଜିତ ,ସନୀକୁମାର, ହାସନ ଖାଁ ,ଦଶରଥ ସୋରେଙ୍ଗ ଓ ମାଧବ ମିଞ୍ଜ | ଝାରସୁଗୁଡ଼ାରେ ରହୁଥିବା କେନ୍ଦ୍ରାପଡ଼ାର ଜଣେ ଠିକାଦାର ରବୀନ୍ଦ୍ର ଦାଶ (୫୫) ଥାନାରେ ଏତଲା ଦାୟର କରି ହନୁମାନ ପଇସାର ଲୋଭ ଦେଖାଇ ୫ଜଣ ବ୍ୟକ୍ତି ତାଙ୍କୁ ଲୁଟ କରିଥିବା ଅଭିଯୋଗ କରିଥିଲେ | ସୋମବାର ସନ୍ଧ୍ୟାରେ ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି | ପୋଲିସ ସୂଚନା ଅନୁସାରେ ଅଭିଯୋଗକରି ରବୀନ୍ଦ୍ରଙ୍କ କାର୍ଯ୍ୟାଳୟକୁ ୨୨ତାରିଖରେ ଜଣେ ଅଜଣା ବ୍ୟକ୍ତି ଆସିଥିଲେ | ନିଜକୁ ଅଜିତ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କ ନିକଟରେ ହନୁମାନ ପଇସା ଅଛି ଯାହାକୁ ବିକ୍ରୀକଲେ ୬ଲକ୍ଷଟଙ୍କା ପାଇବ ବୋଲି ପ୍ରଲୋଭନ ଦେଖାଇଥିଲା | ମାତ୍ର ୧ଲକ୍ଷ ଟଙ୍କାଦେଲେ ୬ଲକ୍ଷ ଟଙ୍କା ମିଳିବ | ରବୀନ୍ଦ୍ର ୧ଲକ୍ଷ ତାଙ୍କ ନେଇ ଅଜିତ ସହ ହନୁମାନ ପଇସା ଆଣିବାପାଇଁ ଯାଇଥିଲା | ତେବେ ବାଟରେ ଅଜିତ ତାଙ୍କ ଠାରୁ ତାଙ୍କ ନେଇ ଫେରାର ହୋଇଯାଇଥିଲା | ପୋଲିସ ଘଟଣାର ତଦନ୍ତ କରି ଏହି ୫ଜଣକୁ ଗିରଫ କରିଛି |ସେମାନଙ୍କଠାରୁ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ପୋଲିସ ଜବତ କରିଛି |
