ଅପରାଧଓଡିଶା

ବିପୁଳ ପରିମାଣର କାଠ ଜବତ, ଅଭିଯୁକ୍ତ ଗିରଫ

ମାଲକାନାଗିରି: ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋୟୀଙ୍କ ନେତୃତ୍ୱରେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ପଞ୍ଚାୟତର ଏମଭି-୨୩ ଗ୍ରାମରେ ସକାଳେ ଗୌର ବାଛରାଙ୍କ ଘରେ ଶାଗୁଆନ ଏବଂ ପିଆଶାଳ ଆଦି ମୂଲ୍ୟବାନ କାଠ ପଟା ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ବନ କର୍ମଚାରୀମାନେ ଚଢାଉ କରିଥିଲେ। ଶ୍ରୀ ବାଛରାଙ୍କ ଘରୁ ବିପୁଳ ପରିମାଣର କାଠ ପଟା ଓ କାଠରେ ନିର୍ମିତ୍ତ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ, ସାମଗ୍ରୀ ପ୍ରସ୍ତୁତି ମେସିନ ପ୍ରଭୃତି ଜବତ କରାଯାଇଥିଲା। ଜବତ କାଠ ଗୁଡିକର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ବୋଲି ଜଣାପଡିଛି। ସମ୍ପୃକ୍ତ ଘଟଣାରେ ଆସାମୀ ଗୌର ବାଛରାଙ୍କୁ ମଧ୍ୟ ଗିରଫ କରାଯାଇଛି। ଚଢାଉ ସମୟରେ ତହସିଲଦାର ରାଖାଲ ଚନ୍ଦ୍ର ପରିଡା ଉପସ୍ଥିତ ଥିଲେ। ଚଢାଉ ସମୟରେ ତହସିଲଦାର ଶ୍ରୀ ପରିଡା, ବନପାଳ ରାଜେଶ କୁମାର ସେଠୀ, ଦେବାଶିଷ ପ୍ରଧାନ, ମନତୋଷ ଦେ, ବନରକ୍ଷୀ ସାରୁ କୱାସୀ, ପାରାଷ୍ଟାଫ ଶିବ ପ୍ରସାଦ ବିଶ୍ୱାସ, ଗୋବିନ୍ଦ ମାଳି, ସ୍କ୍ୱାର୍ଡ ମଧୁ ପାଙ୍ଗି, ହରିଶ୍ଚନ୍ଦ୍ର ଗାମେଲ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଫସଲ ନଷ୍ଟ କରିଦେଲେ ଜଙ୍ଗଲି ହାତୀ

mahabharatanews

ଭଡା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

୪ରେ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରେ ଜମୁଛି ଭିଡ଼  

mahabharatanews