ଓଡିଶା

କାଳିଆ ଟଙ୍କା ଓ ବାଲିଘାଟ ଅନିୟମିତତା ନେଇ ଗର୍ଜିଲେ ଚାଷୀ

ଗଞ୍ଜାମ: ଗଞ୍ଜାମ ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ବହୁ ଚାଷୀଙ୍କ କାଳିଆ ଟଙ୍କା ଓ ଆସିକା ତହସିଲ ଅଞ୍ଚଳରେ ଥିବା ଲକ୍ଷ ଲକ୍ଷ ଟଙ୍କାର ବାଲିଘାଟ ଅନିୟମିତତା ବିରୁଦ୍ଧରେ ତହସିଲ ସମ୍ମୁଖରେ ଗର୍ଜିଥିଲେ। ଯୁବନେତା ରାଘବ ସିୟଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନରେ ଚାଷୀ ନେତା ଲଳିତ ମୋହନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ଭଞ୍ଜ, ବ୍ଲକ ସଭାପତି ଶରତ ସ୍ୱାଇଁ, ଆସିକା ନଗର ଯୁବମୋର୍ଚ୍ଚା ସଭାପତି ଭି ଖୁକୋନ ରାଓ, କୃଷକ ନେତା ପ୍ରଫୁଲ୍ଲ ବିଷୋୟୀ ୩ ନଂ ଜୋନର ବିଜେପି ସଭାପତି ପ୍ରସନ୍ନ ସ୍ୱାଇଁ, ବିଶିଷ୍ଟ ଚାଷୀ ନେତା ସୁବାଷ ପ୍ରଧାନ, ଉମା ବରଡ ରମେଶ ସ୍ୱାଇଁଙ୍କ ସମେତ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରାଟି ଆସିକା ଡାକ ବଙ୍ଗଳା ଠାରୁ ବାହାରି ତହସିଲ ଠାରେ ଏକତ୍ରିତ ହୋଇଥିଲେ। ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ମଞ୍ଚ ପକ୍ଷରୁ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଗଞ୍ଜାମ ଚାଷୀ ସୁରକ୍ଷା ମଞ୍ଚର ୧୧ ଦଫା ସମ୍ବଳିତ ଦାବି ମଧ୍ୟରେ ଜୱାଦ କ୍ଷତିଗ୍ରସ୍ତଙ୍କୁ ଫସଲ ଜନିତ କ୍ଷତିପୂରଣ, ଧାନର କ୍ୱିଣ୍ଟାଲ ପିଛା ୨୯୪୦ ଟଙ୍କାକୁ ବୃଦ୍ଧି, ସମସ୍ତ ଚାଷୀଙ୍କୁ କାଳିଆ ଅର୍ଥ ପ୍ରଦାନ, ରିହାତି ଦରରେ ସାର ଓ କୀଟନାଶକ ପ୍ରଦାନ, ୬୦ ବର୍ଷରୁ ଊର୍ଦ୍ଧ ବୟସ୍କ ଚାଷୀଙ୍କୁ ମାସିକ ୨୫୦୦ ଭତ୍ତା ପ୍ରଦାନ, ଏନଏସି ଅଞ୍ଚଳରେ ଥିବା ରୟତଙ୍କୁ ଜମିପଟ୍ଟା ସହ ବେଆଇନ ବାଲି ଓ ମୋରମ ଚାଲାଣ ଉପରେ ରୋକ ଲଗାଇବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା।

Related posts

କୋଣାର୍କରେ ପ୍ରଦର୍ଶିତ ହୋଇଛି ଓଡିଶୀ ନୃତ୍ୟ

mahabharatanews

କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ

mahabharatanews

କୋଭିଡ-୧୯ ଗାଇଡଲାଇନ: ୨୪ ଘଣ୍ଟାରେ ୨୧୩ ମାମଲା ରୁଜୁ

mahabharatanews